You are currently viewing ଅଭିନୟ
ଅଭିନୟ

ଅଭିନୟ

ମୋ ମନ ଶୂନ୍ୟତାର କିଆରୀରେ
ବାରମ୍ବାର ପ୍ରତିଧ୍ୱନିତ ହୁଏ
ସେଇ ଗୋଟିଏ ପ୍ରଶ୍ନ
ଆଜିଯାଏଁ ମୁଁ ଜୀବନରେ କରିଛି କ’ଣ??

ଅତୀତକୁ ବଖାଣି ବସିଲେ
ଦୁଷ୍ଟ ସ୍ମୃତିମାନ ସବୁ
ନିଜ ନିଜର ଜାଗା ମାଡ଼ି ବସନ୍ତି
ହୃଦୟର କେଉଁ ଏକ ମରୁଭୂମିରେ ॥

ମୁଁ ଜୀବନ ସଂଗ୍ରାମରେ ହାରିଯାଇ
ଆଜି ପଥହରା ପାଲଟିଛି
ଆଉ ମରୀଚିକା ପଛେ ଧାଇଁ ଧାଇଁ
ପାଲଟିଛି କ୍ଲାନ୍ତ ଆଉ ସ୍ଲାନ୍ତ ॥

ମରିଯାଇଛି ମୋ ଜୀବନର
ଯେତେ ସବୁ କାମନା ଓ ବାସନା
ଝରା ସେଫାଳି ଆଜି ପାଲଟିଛି
ଯେତେସବୁ ଆଶା ଓ ଆକାଂକ୍ଷା ॥

ପଥ ଆଜି ମୋର ମଳିନ, ଶୁଷ୍କ
ନିସ୍ତବ୍ଧ ଆଉ ଅନ୍ଧକାର
ମୁଁ କେବଳ ଅଭିନୟ କରୁଛି
ଆଉ କରିଚାଲିଥିବି
ଜୀବନର ଶେଷ ଅଙ୍କ ଯାଏ ॥

– ଶୁଭଶ୍ରୀ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଶ୍ରୀ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।