You are currently viewing ପୁସ୍ତକ
ପୁସ୍ତକ

ପୁସ୍ତକ

ପ୍ରାଚୀନ କିମ୍ବଦନ୍ତୀ କହେ
ଲେଖନୀ ଓ ତାଳ ପତ୍ରର
ସମିଶ୍ରଣରେ “ପୁସ୍ତକ “ସୃଷ୍ଟି
ବେଦ, ଉପନିଷଦର ପୁଷ୍ଟି ।

ସମୟାନୁକ୍ରମେ ବଦଳେ ଦୁନିଆ
ଦୁଇ ନିଆଁର ମଝିରେ ଜୀବନ
ଜ୍ଞାନର ସରଂକ୍ଷଣର ସାଧନ
ପୁସ୍ତକର ପୁନଃର୍ଜନ୍ମ ସୃଷ୍ଟିରେ ।

ଏନ୍ତୁଡ଼ି ଶାଳର ବିଧି ପୁସ୍ତକରେ
ଶିଶୁ ଜନ୍ମର ଉପଚାର ପୁସ୍ତକରେ
ଶିଶୁ ଆରୋଗ୍ୟ ବିଧି ପୁସ୍ତକରେ
ପିଲାଦିନର କୌଶଳତା ପୁସ୍ତକରେ !!

ବାଳକ ଜୀବନ, ବିଦ୍ୟାଳୟ ଗମନ
ମୁଖ୍ୟ ଉପକରଣ ହିଁ ପୁସ୍ତକ ଜାଣ
ବିଦ୍ୟା ଦାୟିନୀ ମା’ ଶାରଦାଙ୍କ ସାଥି
ପୁସ୍ତକ ବିନା ବିଦ୍ୟା ପ୍ରାପ୍ତି ଅକାରଣ !!

କିଶୋର ଅବସ୍ଥା ଉଚ୍ଚ ଶିକ୍ଷା ପୁସ୍ତକରେ
ବିଶିଷ୍ଟ ଉପାଦାନ ଜୀବନ ଗଠନରେ
ଜ୍ଞାନ ବିନା ଅନ୍ଧକାର ମର୍ତ୍ତ୍ୟମଣ୍ଡଳରେ
ଜ୍ଞାନର ଆଧାର ଅଦୃଶ୍ୟ ଶକ୍ତିର ଭଣ୍ଡାର !!

କର୍ମରତ ଜୀବନର ଶୁଭାରମ୍ଭ ପୁସ୍ତକରେ
ପଥପ୍ରଦର୍ଶକ ହିତୈସି ଏ ଜୀବନ ସଂଗ୍ରାମେ
ଜୀବନର ମଧ୍ୟ ଭାଗ ମହତ୍ୱପୂର୍ଣ୍ଣ ସମୟରେ
ପୁସ୍ତକର ଅନୁକମ୍ପା ଜୀବନେ ଅବସମ୍ଭାବୀ !!

ବାର୍ଦ୍ଧକ୍ୟ ଉପନୀତ ସମୟେ ଧର୍ମଗ୍ରନ୍ଥ ପୁସ୍ତକରେ
ରୁଚି ସର୍ବଦା ବନ୍ଦନୀୟ ମୋକ୍ଷପ୍ରାପ୍ତି ପୁସ୍ତକରେ
ସମୟ ଅତିବାହିତ ବିଶେଷ ଏହି ପୁସ୍ତକରେ
ପୁସ୍ତକର ଉପାଦେୟତା ଅସୀମ ଦୁନିଆରେ !!

ଅନ୍ତିମ ସମୟ ଉପନୀତ ଜରାଜୀର୍ଣ୍ଣ ଶରୀରେ
ଗୀତା ପୁସ୍ତକ ପଠନ, ମୋକ୍ଷ ପ୍ରାପ୍ତିର ମାର୍ଗରେ
ମଶାଣିରେ ଅନ୍ତିମ ମନ୍ତ୍ର ପଠନ ପୁସ୍ତିକା ରୂପରେ
ଜ୍ଞାନ ନିର୍ଝରିଣୀ, ଭକ୍ତି ସ୍ରୋତସ୍ୱିନୀ ପୁସ୍ତକ ରୂପରେ !!

ନିର୍ମଳ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିର୍ମଳ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।