You are currently viewing ହୁଅ ନାହିଁ ତୁମେ ପୁସ୍ତକ କୀଟ
ହୁଅ ନାହିଁ ତୁମେ ପୁସ୍ତକ କୀଟ

ହୁଅ ନାହିଁ ତୁମେ ପୁସ୍ତକ କୀଟ

ଜୀବନଟା ଏକ ଖୋଲା ପୁସ୍ତକ
ଝୁଣ୍ଟି ଝୁଣ୍ଟି ପଢ଼ୁ ସଂସାର ପାଠ ।

ନାନା ଦୁର୍ଘଟଣା ବତାଏ ବାଟ
ଲୋଡ଼ା ପଡ଼ିଥାଏ ନିଶୁଆ ପାଠ ।

ଆମେ ଭାବୁ ସବୁ ବହିରେ ଅଛି
ଢକ ଢକ କରି ପିଇ ଯାଉଛି ।

ପାଠକୁ ପିଲାଏ ବାଟିକି ଘୋଷି
ଜଳବତ ତରଳ ପିଇ ଦିଅନ୍ତି ।

ପ୍ରଶ୍ନ ନପଚାରୁଣୁ ଉତ୍ତର କହେ
ସଂସାର ପାଠରେ ପଛେଇଯାଏ ।

ଭୀରୁପରି କିଳି ଦାଣ୍ଡ କବାଟ
ପାଳନ କରେ ସେ ମୌନବ୍ରତ ।

ପୁସ୍ତକ ପଠନେ ଜ୍ଞାତ ଅଜ୍ଞାତ
ଘୋଷାବିଦ୍ୟା ପୋଥିଟି ସତ୍ୟ ।

ଅଢ଼େଇ ଦିନକୁ ରଖେନି ଟାଣ
ଅପମାନ ମିଳଇ ସାଥି ଗହଣ ।

ଅଧ୍ୟବସାୟରେ ରଖେ ଯେ ମତି
କପାଳେ ନିଶ୍ଚେ ପ୍ରକଟେ ଜ୍ୟୋତି ।

ବହିକୁ ଯିଏ ନିତି କରେ ସ୍ଵାଧାୟ
ଅଜ୍ଞାନ ଆନ୍ଧାରକୁ ନଥାଏ ଭୟ ।

ସଂସାର ଯାକ ସବୁ ପୁସ୍ତକ ପଢ଼ି
ସ୍ଵରାଜ ପରି ନିରକୁ ନିଅ ନିଗାଡ଼ି ।

ବହିକୁ ପଢ଼ କରି ମସ୍ତିଷ୍କ ଯୁକ୍ତ
ନହୁଅ ବାବୁ କେବେ ପୁସ୍ତକ କୀଟ ।

ପୁସ୍ତକ ଶିଖାଉ ସୁଜ୍ଞାନ ଯେତେ
ଏତିକି ଜଗା ପାଖେ ମାଗୁଣି ସତେ ।

ଦିନବନ୍ଧୁ ବେଜ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିନବନ୍ଧୁ ବେଜ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।