You are currently viewing ପ୍ରିୟା-ପ୍ରେମ
Odia Poem Priaya-Prema (ପ୍ରିୟା-ପ୍ରେମ) by Sanjay Kumar Tripathy

ପ୍ରିୟା-ପ୍ରେମ

ଯେତେଟି ସାଧନା ମନର ଭାବନା
ଆରମ୍ଭ ପ୍ରିୟା ତୁମଠୁ
ପ୍ରୀତି ସଂରଚନା ମଧୁର ମୂର୍ଚ୍ଛନା
ସଭିଙ୍କ ସୃଷ୍ଟି ତୁମଠୁଁ ।

ଆହ୍ଲାଦିତ ସବୁ ବିରଳ ମୁହୂର୍ତ୍ତ
ବନ୍ଧା ତୋ ସନ୍ଧ୍ୟା ଆଳାପେ
ସ୍ୱର୍ଗୀୟ ଶାନ୍ତିର ହୃଦ ଝରା ଧାରା
ମିଳେ ତୋ’ ମିଳନ ସାଥେ ।

କଲେଜ ଜୀବନ ଚକ୍ର ମଧ୍ୟେ ମୋର
ଅତୀବ ନିଜର ତୁମେ
ଭଲ ଲାଗେ ତୁମ ମିଷ୍ଠ ପରିଭାଷା
ଆଉ ଭଲ ଲାଗ ତୁମେ ।

କ୍ୟାଣ୍ଟିନ୍ ପାଖ ବଗିଚା ଆସର
ଜମେ ପ୍ରତି ସନ୍ଧ୍ୟାବେଳେ
ସୁନେଲୀ ସୂର୍ଯ୍ୟର ଆଭା ଆଉ ତୁମେ
ଦୁହେଁ ଜଳ ଧୀରେ ଧୀରେ ।

ଅନ୍ତରର ସବୁ ଅକୁହା ଶବଦ
ବୁଝିଯାଅ ପ୍ରିୟା ତୁମେ
ଜୀବନର ସବୁ ଅଙ୍କା ବଙ୍କା ରାସ୍ତା
ସାଥେ ଚାଲୁଥାଅ ତୁମେ ।

ଜନ୍ମ ଜନ୍ମାନ୍ତର ତୁମେ ମୋ ନିଜର
ଯେଭାବେ ଜଳର ପଦ୍ମ
ଏକା ମୋତେ କେବେ କରିବନି ତୁମେ
ଅନ୍ୟଥା ଶେଷ ମୋ ପ୍ରେମ ।

– ସଞ୍ଜୟ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଞ୍ଜୟ କୁମାର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।