You are currently viewing ତୁମେ ଆଉ ମୁଁ
Odia Poem Tume Au Mun (ତୁମେ ଆଉ ମୁଁ) B. Jena (Lipsy)

ତୁମେ ଆଉ ମୁଁ

ଝିଲମିଲ ରୂପେଲି ଜ୍ୟୋସ୍ନା ତୁମେ
ମୁଁ ବାଲିର ଛୋଟ ଏକ କଣ
ଚନ୍ଦ୍ରମା ତୁମେ
ମୁଁ ତା’ର ଏକ ଉଜ୍ଵଳ କିରଣ

ଫୁଲ ତୁମେ ତା’ର ସୁଗନ୍ଧ ମୁଁ
ଗୀତ ତୁମେ ସ୍ୱର ମୁଁ
ଜୀବନ ଗୀତିରେ ମଧୁର ସାଜ ତୁମେ
ସେ ସାଜର ଝଙ୍କାର ମୁଁ

ହେବ ଯଦି ଆଖି ତୁମେ
ତା’ର ସ୍ୱପ୍ନ ମୁଁ
ଯଦି ତୁମେ ପକ୍ଷୀ ତା’ର ଡେଣା ମୁଁ
ରାଗ ମୁଁ ରାଗିଣୀ ତୁମେ
ତୁମେ କ୍ଷମା ଭୁଲ ମୁଁ
ହେବ ଯଦି ପବନ ତୁମେ
ତୁମ ସାଥେ ଉଡୁଥିବା ଧୂଳି ମୁଁ

ଏକ ଶାନ୍ତ ସାଗର ତୁମେ
ମୁଁ ଅସ୍ତବ୍ୟସ୍ତ କୂଳ ଲହଡ଼ି
ଅନ୍ଧକାର ରାତି ମୁଁ
ତୁମେ ଭରସାର ଆଶାବାଡ଼ି

ତୁମ ଭିତରେ ମୁଁ
ମୋ ଭିତରେ ତୁମେ
ଗୋଟେ ଜୀବନ ସଙ୍ଗୀତ ଆମେ
ଗୋଟିଏ ହୃଦୟ ଗୋଟିଏ ପ୍ରାଣ
ସାତ ଜନ୍ମର ନିବିଡ଼ ସମ୍ପର୍କଟେ ଆମେ

– ବି. ଜେନା (ଲିପ୍ସି)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବି. ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ସ୍ମୁଲ୍ ଆପ୍‌ରେ ଅନେକ ଓଡ଼ିଆ ଏବଂ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି ।