You are currently viewing ପ୍ରତିକ୍ଷୀତ ପ୍ରତ୍ୟୁଷ
ପ୍ରତିକ୍ଷୀତ ପ୍ରତ୍ୟୁଷ

ପ୍ରତିକ୍ଷୀତ ପ୍ରତ୍ୟୁଷ

ନିଶିର ନିଷିଦ୍ଧ ଇଲାକାରେ
ଅହରହ ସ୍ୱପ୍ନମାନଙ୍କର କପଟତା,
ଅସ୍ତବ୍ୟସ୍ତ ବର୍ତ୍ତମାନକୁ ସାଉଁଟି
ଭବିଷ୍ୟତର ଭୟାବହତାକୁ
ପ୍ରଦର୍ଶିତ କରିବାର ନିରନ୍ତର ପ୍ରୟାସ ।
ତନ୍ମଧ୍ୟରେ ତୁମର
ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ,
ସତେ କେଉଁ ଚଳଚ୍ଚିତ୍ରର
ମଧ୍ୟାନ୍ତରରେ ତମ୍ବାଖୁ ବିଜ୍ଞାପନ ପରି ।
ଅତିକ୍ରମ କରେ ଅତୀତ
ମଧ୍ୟରାତ୍ରୀର ନିର୍ଜନତାରେ
ମୋ ସ୍ୱପ୍ନର ଅପନ୍ତରା ଗଳି ଦେଇ ।
ଏପଟେ ଆଖିଠାରେ ବର୍ତ୍ତମାନ
ପାହାନ୍ତିଆ ଉଷ୍ମତାରେ
ଅତିଷ୍ଠ ମଶା ଧୂଆଁ ପିଇ ପିଇ ।
ଇତି ମଧ୍ୟେ ଆରମ୍ଭ ହୁଏ
ସ୍ୱପ୍ନ ଓ ବାସ୍ତବତାର ଛକାପଞ୍ଝା ।
ପରିତୃପ୍ତିର ଦ୍ୱାରେ ପହଞ୍ଚି ଦେଖେ
ଏହା ନୁହେଁ ରାତ୍ରିର ନିର୍ଜନତା
ବରଂ ଆଲୋଡ଼ିତ ଦିବସର ଆଦ୍ୟ ବୟସ,
ନୂତନତାର ପ୍ରତିବିମ୍ବ
ପ୍ରତୀକ୍ଷୀତ ପ୍ରତ୍ୟୁଷ ।

– ପ୍ରଭାତ ବଳ
କରଣପୋଖରୀ, ଭଦ୍ରକ
୯୭୭୬୬୬୮୦୭୩

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଭାତ ବଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।