Odia Poem on Akshaya Trutiya (ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା) by Mamata Sahu

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା ଏକ ମହାନ ପରବ କୃଷି ଭିତ୍ତିକ ଓ ଧାର୍ମିକ ପର୍ବ ସେ ଗଣା ଶ୍ରେଷ୍ଠ ପର୍ବ ଭାବ ॥ ବୌଶାଖ ଶୁକ୍ଳ ପକ୍ଷ ତୃତୀୟାରେ ଏହି ପର୍ବଟି ପାଳିତ ସତ୍ୟ ଯୁଗର ପ୍ରଥମ ଦିବସ ବୋଲି ରହିଚି କଥିତ ॥ ଅକ୍ଷୟ ତୃତୀୟା ଦିନଠୁ ଶ୍ରୀକ୍ଷେତ୍ରେ ଚନ୍ଦନ ଯାତରା ହୁଏ ମହାପ୍ରଭୁ ଜଗନ୍ନାଥଙ୍କର ରଥ ନିର୍ମାଣ ଆରମ୍ଭ ହୁଏ ॥ ଏହି ଦିନଟିରେ କୃଷକ ଭାଇ ଯେ କରେ ମୁଠି ଅନୁକୂଳ…

ଅଧିକ ପଢ଼ନ୍ତୁ
Corona Kichhi Katha Kichhi Byatha (କୋରୋନା: କିଛି କଥା କିଛି ବ୍ୟଥା) by Champakeswar Mahanta

କୋରୋନା: କିଛି କଥା କିଛି ବ୍ୟଥା

ଯିବା ପାଇଁ ବାଟ ନାହିଁ ତଥାପି ବି, ପାଦ ଥକେ ହେଲେ ରାସ୍ତା ସରେ ନାହିଁ ରାତିର ଅନ୍ଧାର ସହ ଆଶା ବି ମିଳାଏ ବୁକୁଫଟା କୋହ ମନକୁ ଭିଜାଏ ମୁଣ୍ଡର ବୋଝଠୁ ବଢ଼େ ପେଟର ଭୋକ ମୁଁ ଦାଦନ ଶ୍ରମିକ !… ହଜାରେ ମାଇଲ ଚାଲି ପ୍ଲାଷ୍ଟିକ ଚପଲ ବି କାନ୍ଦେ ଫୋଟକା ପାଦର ଜ୍ଵାଳା ଅଧାଖିଆ ପେଟ ଶୁଖା ବିସ୍କୁଟ ଖଣ୍ଡେ ଆଉ ପାଣି ମୁନ୍ଦେ ଦାଣ୍ଡରେ ଦେଖିଲେ କବାଟ ପଡ଼େ ସତେ କି…

ଅଧିକ ପଢ଼ନ୍ତୁ
Odia Poem Jeje Maa (ଜେଜେ ମା’) by Lipsi Jena

ଜେଜେ ମା’

ଚମ ଧୁଡ଼ୁ ଧୁଡ଼ୁ ପାଟିରେ ପାନ ଆଖିରେ ଐନକ ହାତରେ ଧରିଛି ବଙ୍କୁଲି ବାଡ଼ି ମୋ ଜେଜେ ମା’କୁ ଦେଖ । ସକାଳେ ପାଣି ଚୋଉଁରା ମୂଳେ ସଞ୍ଜରେ ଭାଗବତ କଥାରେ କଥାରେ କହିବୁଲୁ ଥାଏ ଜୟ ଜୟ ଜଗନ୍ନାଥ । ଶାଢ଼ୀ କାନିରେ ବାନ୍ଧି ରଖିଛି ବିଧି ବିଧାନ ଯେତେ ଢଗ ଢମାଳି ଶାସ୍ତ୍ର ପୁରାଣ ଅଣ୍ଟିରେ ଖୋସିଛି କେତେ । ଗପ ପସରା ଖୋଲି ବସିଲେ ପଡ଼େ ନିଅଣ୍ଟ ରାତି ପିଲା ଛୁଆଙ୍କ ମେଳ…

ଅଧିକ ପଢ଼ନ୍ତୁ
Odia Poem Ama Odisha (ଆମ ଓଡ଼ିଶା) by Rama chandra Pradhan

ଆମ ଓଡ଼ିଶା

ଆମ ଏ ଓଡ଼ିଶା ଗୌରବ ମଣ୍ଡିତା ସଂସ୍କୃତିରେ ମହନୀୟା ଶିଳ୍ପକାରୁକାର୍ଯ୍ୟେ ଅଟେ ସେ ଅନନ୍ୟା ସୌନ୍ଦର୍ଯ୍ୟେ ଅବର୍ଣ୍ଣନୀୟା… ଜଗନ୍ନାଥ ଧାମ ଏ ପୁଣ୍ୟ ଉତ୍କଳ ଓଡ଼ିଆ ପୁଅଙ୍କ ବଳ ବୀର ପ୍ରସବିନୀ ଏ ଓଡ଼ିଶା ମାଟି ମହାପୁରୁଷଙ୍କ ସ୍ଥଳ… ତା’ ବନ ପାହାଡ଼ ସବୁଜିମା କ୍ଷେତ ଲାଗେ ଅତି ଆପଣାର ତା’ ବଡ଼ ଦେଉଳ କୋଣାରକ କ୍ଷେତ୍ର ସତରେ ବିସ୍ମୟକର… ତା’ ପଖାଳ କଂସା ତା’ ବାଡ଼ି ବେଉସା କୋଉଠି ମିଳିବ ନାଇଁ ପ୍ରେମରେ ଅପାର ଭାଷାରେ…

ଅଧିକ ପଢ଼ନ୍ତୁ
Odia Poem Abhabi Sahara (ଅଭାବୀ ସହର) by Dibyashree Biswabandya Jena

ଅଭାବୀ ସହର

ଭାରି ଅଭାବୀ ସହର ଇଏ । ଏତେ କୋଳାହଳ ଭିତରେ ବି ଅନୁଭୂତ ହୁଏ ଭୀଷଣ ଏକ ନୀରବତା ଏତେ ରଙ୍ଗରେ ରଙ୍ଗାୟିତ ଅଥଚ ସବୁ ଲାଗେ ଫିକା ଫିକା । ନାହିଁ ନାହିଁର ସହରରେ ସବୁ ଅଛି, ପୁଣି କିଛି ନାହିଁ । ଯୁଆଡ଼େ ଦେଖ, ମଣିଷର ଭିଡ଼ ଅଥଚ ଭିଡ଼ ଭିତରେ ହଜିଯାଇଛି ମଣିଷ । ଜୀବନ ଅଛି, ହେଲେ ସେ ନିର୍ଜୀବ ସେ ଚଳିଷ୍ଣୁ, ହେଲେ ଜଡ଼ । ଖାଦ୍ୟ ଅଛି, ଭୋକ…

ଅଧିକ ପଢ଼ନ୍ତୁ