You are currently viewing ଆମ ଓଡ଼ିଶା
Odia Poem Ama Odisha (ଆମ ଓଡ଼ିଶା) by Rama chandra Pradhan

ଆମ ଓଡ଼ିଶା

ଆମ ଏ ଓଡ଼ିଶା ଗୌରବ ମଣ୍ଡିତା
ସଂସ୍କୃତିରେ ମହନୀୟା
ଶିଳ୍ପକାରୁକାର୍ଯ୍ୟେ ଅଟେ ସେ ଅନନ୍ୟା
ସୌନ୍ଦର୍ଯ୍ୟେ ଅବର୍ଣ୍ଣନୀୟା…

ଜଗନ୍ନାଥ ଧାମ ଏ ପୁଣ୍ୟ ଉତ୍କଳ
ଓଡ଼ିଆ ପୁଅଙ୍କ ବଳ
ବୀର ପ୍ରସବିନୀ ଏ ଓଡ଼ିଶା ମାଟି
ମହାପୁରୁଷଙ୍କ ସ୍ଥଳ…

ତା’ ବନ ପାହାଡ଼ ସବୁଜିମା କ୍ଷେତ
ଲାଗେ ଅତି ଆପଣାର
ତା’ ବଡ଼ ଦେଉଳ କୋଣାରକ କ୍ଷେତ୍ର
ସତରେ ବିସ୍ମୟକର…

ତା’ ପଖାଳ କଂସା ତା’ ବାଡ଼ି ବେଉସା
କୋଉଠି ମିଳିବ ନାଇଁ
ପ୍ରେମରେ ଅପାର ଭାଷାରେ ମଧୁର
ଐତିହେ ଭରା ଏ ଭୂଇଁ…

ତା’ କଳାନୈପୁଣ୍ୟ ତା’ ଶାସ୍ତ୍ରୀୟନୃତ୍ୟ
ଦେଶ ବିଦେଶରେ ଖ୍ୟାତ
ଉଚ୍ଚ କରି ଶିର ରଖିବା ତା’ ଟେକ
ହାତରେ ମିଶାଇ ହାତ…

– ରାମ ଚନ୍ଦ୍ର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାମ ଚନ୍ଦ୍ର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।