You are currently viewing ଜୀବନ
ଜୀବନ

ଜୀବନ

ଜୀବନକୁ ବୁଝିଗଲାପରେ
ଜୀଏଇଁବ । ତା’ ସତେ କେଡ଼େ କଷ୍ଟ???
କାହିଁକି ବୁଝେଇଦେଲ?
ଜହ୍ନ ରାଇଜରୁ ଚାନ୍ଦ ତୋଳି ଆଣି
ହାତେ ଯେବେ ଦଉଥିଲା ମା,
କେତେ ଖୁସିଲାଗେ
ହଉ ପଛେ ମିଛେ ମିଛେ
ଆଜି ବି ବୁଝେଇଦେଲ
ଚାନ୍ଦ ତୋଳିବାଟା କେଡ଼େ କଷ୍ଟ ।

କର୍ତ୍ତବ୍ୟ ଓ ତ୍ୟାଗକୁ ପୁଞ୍ଜିକରି
ସମ୍ଭାବନାର ସୌଧ ଗଢ଼ିବାକୁ
ଅସାର ନିଶୁଣିରେ ଚଢ଼ି ଚଢ଼ି
ଲୁଡୁଗୋଟି ପରି ଶେଷେ ଯଦି,
ସାପ ଗିଳିଦିଏ, ସତେ କେଡ଼େ କଷ୍ଟ !!

ଦେହେ ରଙ୍ଗ ବୋଳି ରଙ୍ଗ ମଞ୍ଚରେ
ଅଭିନୟ କରିବାଟା କେତେ ଯେ ସହଜ
କିନ୍ତୁ
ଜୀବନର ସମସ୍ତ ଯନ୍ତ୍ରଣାକୁ
ଅନ୍ତରର କେଉଁ ଏକ ନିଭୂତ କୋଣରେ
ଆତ୍ମଗୋପନ କରାଇ
ଏ ଦୁନିଆର ରଙ୍ଗ ମଞ୍ଚରେ
ହସିବାଟା ସତେ କେଡ଼େ କଷ୍ଟ !!!

– ଅନ୍ନପୂର୍ଣ୍ଣା ଧଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅନ୍ନପୂର୍ଣ୍ଣା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।