You are currently viewing ଚୁଲ୍‌ବୁଲ୍ ଝିଅ
ଚୁଲ୍‌ବୁଲ୍ ଝିଅ

ଚୁଲ୍‌ବୁଲ୍ ଝିଅ

ଝିଅ ନୁହେଁ ମୁଁ ଗୋଟେ କାଚ ଆଇନା
ସ୍ୱପ୍ନ ମୋର ଭଙ୍ଗା ମନ ଝରଣା ।
ମନ ମୋର ଚୁଲ୍‌ବୁଲ୍ ତା’ର ନାହିଁ ଠିକଣା
କେମିତି ରଖିବି ମୁଁ ମୋର ଠିକଣା ।
ଝିଅ ନୁହେଁ ମୁଁ ଗୋଟେ କାଚ ଆଇନା
ସ୍ୱପ୍ନ ମୋର ଭଙ୍ଗା ମନ ଝରଣା ।

ପରଦେଶୀ ଚଢ଼େଇ ମୁଁ ଖୋଜି ବୁଲେ ବସା,
ସାଥୀ ଖୋଜେ ମନ ଖୋଜେ ଖୋଜେ ନୂଆ ଆଶା ।
ହୃଦୟ ମୋ ବାଲିଘର ସାଗରର ଢେଉ,
କେବେ ଗଢ଼େ କେବେ ଭାଙ୍ଗେ ମନ ଦେଉ ଦେଉ ।
ସ୍ୱପ୍ନ ରାଇଜର ମୁଁ ଅଳସି କନ୍ୟା
କିଏ ସେ ହେବ ମୋ ଆଖି ଆଇନା ।
ଝିଅ ନୁହେଁ ମୁଁ ଗୋଟେ କାଚ ଆଇନା
ସ୍ୱପ୍ନ ମୋର ଭଙ୍ଗା ମନ ଝରଣା ।

ଚଞ୍ଚଳ ହରିଣୀ ପରି ମନଟି ମୋହର,
ମନ ବନସ୍ତରେ ଘୂରେ ନାହିଁ ମୋର ଡର ।
ନୀଳ ନୀଳ ଆକାଶର ମୁଁ ଯେ ଗୋଟେ ତାରା
ଦେଖା ଦିଏ ମୋହି ନିଏ ହେଲେ ଦିଏନା ମୁଁ ଧରା ।
କିଏ ଆଣି ଦେବ ମୋ ସ୍ୱପ୍ନ ଠିକଣା
ହେଇଯିବି ମୁଁ ତା’ର ମନ ମଇନା ।
ଝିଅ ନୁହେଁ ମୁଁ ଗୋଟେ କାଚ ଆଇନା
ସ୍ୱପ୍ନ ମୋର ଭଙ୍ଗା ମନ ଝରଣା ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।