You are currently viewing ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା
Odia Poem on Akshaya Trutiya (ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା) by Mamata Sahu

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା
ଏକ ମହାନ ପରବ
କୃଷି ଭିତ୍ତିକ ଓ ଧାର୍ମିକ ପର୍ବ ସେ
ଗଣା ଶ୍ରେଷ୍ଠ ପର୍ବ ଭାବ ॥

ବୌଶାଖ ଶୁକ୍ଳ ପକ୍ଷ ତୃତୀୟାରେ
ଏହି ପର୍ବଟି ପାଳିତ
ସତ୍ୟ ଯୁଗର ପ୍ରଥମ ଦିବସ
ବୋଲି ରହିଚି କଥିତ ॥

ଅକ୍ଷୟ ତୃତୀୟା ଦିନଠୁ ଶ୍ରୀକ୍ଷେତ୍ରେ
ଚନ୍ଦନ ଯାତରା ହୁଏ
ମହାପ୍ରଭୁ ଜଗନ୍ନାଥଙ୍କର ରଥ
ନିର୍ମାଣ ଆରମ୍ଭ ହୁଏ ॥

ଏହି ଦିନଟିରେ କୃଷକ ଭାଇ ଯେ
କରେ ମୁଠି ଅନୁକୂଳ
ପାହାନ୍ତ ପହରୁ ଶେଯରୁ ଉଠି ସେ
ନିତ୍ୟକର୍ମ ସାରେ ଚଞ୍ଚଳ ॥

ବିହନର ପୂର୍ଣ୍ଣ ନୂଆ ଗଉଣିକୁ
ମୁଣ୍ଡରେ ମୁଣ୍ଡେଇ ଥାଏ
ହଳ ଲଙ୍ଗଳକୁ ଧରି ଚଷାଭାଇ
ନିଜର କ୍ଷେତକୁ ଯାଏ ॥

ଲକ୍ଷ୍ମୀ ମାତାଙ୍କୁ ସେ ସ୍ମରଣ କରିକି
କ୍ଷେତେ ଲଙ୍ଗଳ ବୁଲାଏ
ମୁଠା ମୁଠା କରି ବିହନ ଗୁଡ଼ିକୁ
କିଆରିରେ ବୁଣି ଦିଏ ॥

ଅଧିକ ଫସଳ ଅମଳ ଆଶାରେ
କରେ ମୁଠି ଅନୁକୂଳ
ଅକ୍ଷୟ ତୃତୀୟା ଅମୃତ ବେଳାରେ
କାର୍ଯ୍ୟରେ ମିଳେ ସଫଳ ॥

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା
ଏକ ଶୁଚିମନ୍ତ ପ୍ରତୀକ
ପ୍ରେରଣା ଦାୟକ ଆମ ପରମ୍ପରା
ପାଳିତ ପର୍ବ ଗୁଡ଼ିକ ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।