Odia Poem Ma (ଓଡ଼ିଆ ସନେଟ୍… ମା) by Madhumita Mishra

ସନେଟ୍… ମା’

ମା ନାଁ ଭିତରେ ଦିଶଇ ଈଶ୍ୱର ମା ନାମ ସବୁଠୁ ସୁନ୍ଦର…! ମା ଡାକ ସତେ କେତେ ଯେ ମଧୁର କେତେ ଲାଗେ ଆପଣାର…!! ମା କୋଳ ଥିଲେ ଡର ନାହିଁ କେବେ ବାଆ ଆସୁ କି ବତାସ…! ମା ରଖିଥାଏ ଘଣ୍ଟ ଘୋଡ଼େଇକି ସନ୍ତାନର ଏ ବିଶ୍ଵାସ…!! ମା ଆଣିଥାଏ ଦୁନିଆ ବକ୍ଷକୁ ଦେଖାଇ ଥାଏ ଜୀବନ…! ମା ଶିଖାଇ ଦେଇଥାଏ ପୁଣି ଧର୍ମ କର୍ମ ଓ ବଚନ…!! ମା କହିଥାଏ ନିଜର କିଏ ସେ…

ଅଧିକ ପଢ଼ନ୍ତୁ
Odia Poem Abhishapta Jibana (ଅଭିଶପ୍ତ ଜୀବନ) by Santanu Kumar Rout

ଅଭିଶପ୍ତ ଜୀବନ

କିପରି କହିବି ହୃଦର ବେଦନା ମୁଁ ଅଟେ ଏବେ ଜ୍ଞାନଶୂନ୍ୟ ଜ୍ଞାନୀ ମଣିଷର କାର୍ଯ୍ୟ ସବୁ ଏବେ ହେଇ ଯାଉଛି ଅଜ୍ଞାନ…!! କହୁଛନ୍ତି ସବୁ ସୁନ୍ଦର ଏ ସୃଷ୍ଟି ସୁନ୍ଦର ଏଇ ଜଗତ ସୁନ୍ଦର ଜଗତେ ପେଟ ଚାଖଣ୍ଡେକୁ ମିଳୁନି ଗଣ୍ଡିଏ ଭାତ…!! ଭାଗ୍ୟ ଏବଂ ଭବିଷ୍ୟତ ମୋ ସାଥିରେ ଖେଳୁଛନ୍ତି ଛକି-ଶୂନ, ବର୍ତ୍ତମାନ ଏବେ ଅଛି ମୋ ସାଥିରେ ଭବିଷ୍ୟତ ବହୁଦିନ…!! ଭାଳୁଛି ମୁଁ ବସି ରେଳ ଧାରଣାରେ ହୋଇବି ମୁଁ କାହା ପରି ଏତେ…

ଅଧିକ ପଢ଼ନ୍ତୁ
Odia Poem Chakuli Pitha (ଚକୁଳି ପିଠା) by Sasmita Pradhan

ଚକୁଳି ପିଠା

ମୋ ରାଜ୍ୟ ଓଡ଼ିଶା ଓଡ଼ିଆ ମୋ ଭାଷା ସବୁଠାରୁ ଅଟେ ମିଠା । ବାରମାସେ ହୁଏ ତେର ପରବ ଲୋ ନିଆରା ଚକୁଳି ପିଠା ॥ ଅରୁଆ ଚାଉଳ ବିରିକୁ ତିନ୍ତେଇ ଚିକ୍କଣ କରି ବାଟି । ପଲମ ବସେଇ ବୋଉ କଲେ ପିଠା ଚୁଲି ପାଖେ ଜମେ ଖଟି ॥ ଚିନି, ଗୁଡ଼, ମିଠା ଭଜା କି ଚଟଣୀ ସାଥିରେ ଟିକିଏ ଥିଲେ । ଚକୁଳି ସହିତ ଖାଇବାକୁ ମଜା ଉଚ୍ଛନ୍ନ ହୁଅନ୍ତି ପିଲେ ॥…

ଅଧିକ ପଢ଼ନ୍ତୁ
Odia Story Story Chakuli (ଚକୁଳି) by Sagarika Pattanaik

ଚକୁଳି

ଜନ୍ମଦିନ ଥିଲେ ମା’ ଚକୁଳି କରେ । ପୃଥିବୀ ପରି ଗୋଲ । ସାଙ୍ଗରେ ଖୀରି, ଡାଲମା ଆଉ କେତେ କ’ଣ । ନୂଆ ଡ୍ରେସ ପିନ୍ଧି ପାଦ ତଳେ ଲାଗେନି । ବଡ଼ବଡୁଆଁଙ୍କ ପାଖରେ ଭୋଗ ହେବା ପରେ ମା’ ବାଢ଼ିଦିଏ ଗରମଗରମ । ମୁଁ ଚଟକରି ଥାଳିରୁ ଉଠାଇ ମା’ ଆଡ଼କୁ ଅନାଏ । ତା’ର କୁନି କୁନି କଣା ବାଟେ ମୋ’ ପୃଥିବୀକୁ ଦେଖିବାକୁ ଚାହେଁ । ହେଲେ ପାରେନା । ରାଗ…

ଅଧିକ ପଢ଼ନ୍ତୁ
Odia Story Pratha - Satya - Jibana (ପ୍ରଥା - ସତ୍ୟ - ଜୀବନ) by Sudeep Rohan Bagh

ପ୍ରଥା – ସତ୍ୟ – ଜୀବନ

“ଦୁହିତା ଦୁଇ କୁଳକୁ ହିତା ନହେଲେ ଦୁଇ କୁଳକୁ ପିତା” ଜେଜେ ମା’ର ଏଇ କଥାଟି ବାରମ୍ୱାର ବାରମ୍ୱାର ଆକ୍ତାମାକ୍ତା କରୁଥିଲା ମାନିନୀକୁ ଯେବେଠାରୁ ନିର୍ବନ୍ଧ ତିଥି ଠିକ୍ ହେଲାଣି । ନୂଆ ଦୁନିଆରେ କିଭଳି ନିଜକୁ ଖାପ ଖୁଆଇ ଦୁଇ କୁଳର ନାଆଁ ରଖିବ ସବୁବେଳେ ସେଇ ଚିନ୍ତାରେ ମାନିନୀ । ପରିଜନ, ସାଙ୍ଗ ମାନଙ୍କଠୁଁ ମୁହଁଖୋର୍ ଉପାଧିଟା ତିଥି ନିର୍ଦ୍ଧାରଣ ପୂର୍ବରୁ ଯେତେ ଗର୍ବ ଦେଉଥିଲା, ଆଜି କିନ୍ତୁ ତିଥି ନିର୍ଦ୍ଧାରଣ ପରେ ଦୁହିତା…

ଅଧିକ ପଢ଼ନ୍ତୁ