Odia Poem Deba ki Anumati (ଦେବ କି ଅନୁମତି) by Rajesh Rath

ଦେବ କି ଅନୁମତି?

ତୁମ ସ୍ୱପ୍ନ ଭରା ଆଖି, ପ୍ରଶ୍ନବାଚୀଟିଏ କେତେଯେ ସାଗରର ଗଭୀରତା, କେତେ ଯେ ଅକୁହା ବେଦନାର ବାର୍ତ୍ତା, ସବୁ ସାଇତି ସେ ନୀରବ… ବୈରାଗୀ ପରି । ହେଲେ ତୁମେ କୁହ ମୋ ଆଖିରେ କେତେ ଯେ ଗଳ୍ପ, କିନ୍ତୁ ତୁମ ଆଖିରେ ତ କାହାଣୀ । କାହିଁ କେତେ କାଳରୁ ଯେ ଆତୁରତା ପୂର୍ଣ୍ଣ ଅପେକ୍ଷା ତୁମର ସେହି ଛଳ ଛଳ ନେତ୍ରବିନ୍ଦୁର କଟାକ୍ଷ ଚାହାଣୀକୁ ହୃଦ କେନ୍ଦ୍ରରୁ ଏକ ଅହେତୁକ ଉନ୍ମାଦନା ଯେ ଶୁଣିବ…

ଅଧିକ ପଢ଼ନ୍ତୁ
Odia Bhajan Keun Punya Bala Pain (କେଉଁ ପୂଣ୍ୟ ବଳ ପାଇଁ) by Manoranjan Surujal

କେଉଁ ପୂଣ୍ୟ ବଳ ପାଇଁ?

ନୀଳ ତରଙ୍ଗରେ ପୁଲକିତ ମନ ସ୍ପର୍ଶେ ମତ୍ତ ମଧୁ ଅଳି, ଛନ୍ଦା ଚରଣରେ ଲୟ କରି ଧ୍ୟାନ ତୁମ ପ୍ରେମେ ମୁଁ ପାଗଳି । କିଏ କିଣିପାରେ ମନକୁ ମୋହର ତୁମେ ମୋ ମନ ମୋହନ, ଯୁଗଳ ପାଦକୁ ଥାପିଦେଇ ପ୍ରଭୁ ଧନ୍ୟ କରିଛ ଜୀବନ । ତଡ଼ାଗ ଗଭାରେ ହସେ ନିରଳସ ନୀଚ କୁଳ ଗୋତ୍ର ଜାଣି, ପଉଷ କାକର ସରଇ ଆୟୁଷ ଶୀତ ଯେହ୍ନେ ସଉତୁଣୀ । ପଙ୍କରୁ ଜନମ କାହିଁ ପୂଣ୍ୟ କର୍ମ…

ଅଧିକ ପଢ଼ନ୍ତୁ
Odia Poem Aeta Jibana Patha (ଏଇତ ଜୀବନ ପଥ) by Baibasuta Naik

ଏଇତ ଜୀବନ ପଥ

ଏ ଜୀବନ ବାଟରେ ମଣିଷ ବାଟୋଇଟିଏ କେବେ ଚାଲିବାକୁ ହୁଏ କଣ୍ଟକିତ ପଥରେ ତ ପୁଣି କେବେ କୁସୁମିତ କୋମଳ ପୁଷ୍ପରେ । କେବେ ବୈଶାଖର ପ୍ରଚଣ୍ଡ ଝାଞ୍ଜିରେ ନିଜକୁ ତାତିବାକୁ ହୁଏ ତ ପୁଣି କେବେ ବସନ୍ତର ମଳୟ ପବନରେ ମଜ୍ଜିବାକୁ ହୁଏ । କେବେ ଅମାବାସ୍ୟାର କିଟିକିଟି ଅନ୍ଧାରରେ ରହିବାକୁ ହୁଏ ତ ପୁଣି କେବେ ପୁନେଇଁ ଜହ୍ନର ଜୋଛନାରେ ଲୁଚିବାକୁ ହୁଏ । କେବେ ବାଟସାରା ଏକା ଏକା ତ ପୁଣି କେବେ…

ଅଧିକ ପଢ଼ନ୍ତୁ
Odia Poem Ichchha (ଇଚ୍ଛା) by Rashmibala Satapathy

ଇଚ୍ଛା

ଭାରି ଅବୁଝା ଭରି ଅଝଟିଆ ଏ ଇଚ୍ଛା, ସବୁରି ମନରେ ବସା ବାନ୍ଧିଥାଏ ଏ ଇଚ୍ଛା । ସ୍ୱପ୍ନର ତାଜମହଲ ଗଢ଼ିତୋଳିଥାଏ ଏ ଇଚ୍ଛା, କଳ୍ପିତ ଜୀବନ କାହାଣୀର ଆଧାର ଏ ଇଚ୍ଛା । ଉଦାସୀ ଓଠରେ ହସର ମୁକୁତା ଖେଳାଏ ଇଚ୍ଛା, ପୂର୍ଣ୍ଣମୀ କୋଳରେ ଜହ୍ନ ଆଲୁଅରେ ଦିପାଳୀ ଜାଳେ ଇଚ୍ଛା । ଅମା ଅନ୍ଧକାରେ ଭାବନାରେ ହଜାଏ ଏ ଇଚ୍ଛା, ପ୍ରେମ ପ୍ରତୀକ୍ଷାର କାରଣ ସାଜେ ଏ ଇଚ୍ଛା । ସ୍ୱପ୍ନର ଦୁନିଆରେ ହଜାଇ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 9th Edition (ଶୁଭପଲ୍ଲବ ୯ମ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ନବମ ସମ୍ପାଦକୀୟ

ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଆଉ ସଂସ୍କୃତି ବି ଓଡ଼ିଆ । ସେହି ସଂସ୍କୃତିର ପୂରାତନ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଅନ୍ୟତମ । ପୂର୍ବକାଳରେ ଓଡ଼ିଆ ସାଧବମାନେ ବେପାର ବଣିଜ ପାଇଁ ସେମାନଙ୍କର ବୋଇତରେ ଜିନିଷପତ୍ର ନେଇ ବାଲି, ଜାଭା, ସୁମାତ୍ରା ଆଦି ସ୍ଥାନମାନଙ୍କୁ ଯାତ୍ରା କରୁଥିଲେ । ଏହି ଯାତ୍ରା ମୁଖ୍ୟତଃ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ କରିନ୍ତି ବୋଲି ଇତିହାସରୁ ଜଣାପଡ଼େ ଏବଂ ଓଡ଼ିଶାରୁ ସମୁଦ୍ର ପଥଦେଇ ଯିବାପାଇଁ ମହାନଦୀ ପଠା ସର୍ବୋତ୍କୃଷ୍ଟ…

ଅଧିକ ପଢ଼ନ୍ତୁ