Odia Poem Jajabara Jatna (ଯାଯାବର ଯତ୍ନ) by Krushna Chandra Barik

ଯାଯାବର ଯତ୍ନ

କେବେ କେବେ ଇଚ୍ଛା ହେଲେ ଅଧର ଆଗରୁ ଫୋପାଡ଼ି ଦେଉଛ ଲିଓନାର୍ଡ଼ ଦା ଭିନ୍ସର ଚିତ୍ର ପରି ମେଞ୍ଚାଏ ମୋନାଲିସାର ହସ ପ୍ରେମର ପରିମାଣଟା ଅଧିକା ହେଲେ ସମ୍ପର୍କଟା ନିବିଡ଼ ହେବା ପରିବର୍ତ୍ତେ ଲାଗୁଛି ଶସ୍ତା ସମ୍ପର୍କର ଶିଳାନ୍ୟାସ “ପ୍ରାଧାନ୍ୟ” “ପ୍ରମୁଖ” ଭଳି ଶବ୍ଦଗୁଡ଼ାକ ଯେମିତି ବିଗତ ଅତୀତର ବିଶ୍ଳେଷଣରେ ବିସ୍ତୃତ କିଛି ଅଲାଜୁକ ହୃଦୟର ମନଖୋଲା ଉପହାସ ଦୂରତ୍ୱର ଲକ୍ଷ୍ୟଭେଦ ଆନୁମାନିକ ହେଲେ ନିକଟରେ ତ ଆକର୍ଷଣ ସ୍ୱଭାବିକ ତଥାପି ସମୀପରେ ନାହିଁ ଶାନ୍ତିର ନିଃଶ୍ୱାସ…

ଅଧିକ ପଢ଼ନ୍ତୁ
Odia Story Bichitra Bhabana (ବିଚିତ୍ର ଭାବନା) by Rajeev Kumar Nayak

ବିଚିତ୍ର ଭାବନା (ଗାଉଁଲି ଲେଖା)

ଆମେ ସବୁବେଳେ ଅପ୍ରତ୍ୟାଶିତ ଭାବେ ମୋଡ଼ ବଦଳାଉଥିବା ଅଭିନେତାମାନଙ୍କୁ ଭଲପାଆନ୍ତି, ଯାହାକି କେବଳ ଏକ ଲିଖିତ ସ୍କ୍ରିପ୍ଟ ମାଧ୍ୟମରେ ସମ୍ଭବ ହୋଇଥାଏ ! ସାଧାରଣ ଗାଉଁଲି ମଣିଷଟିଏ ମଧ୍ୟ ମହା-ଆକାଶ ଯାତ୍ରାର ସ୍ୱପ୍ନ ଦେଖି ପାରିବ ଆଉ ପରିଶ୍ରମ ଏବଂ ପ୍ରଶିକ୍ଷଣ ମାଧ୍ୟମରେ ତାକୁ ସାକାର ମଧ୍ୟ କରିପାରିବ ! ବିଡ଼ମ୍ୱନାର ବିଷୟ ଯେ, କିଛି ସାଧାରଣ ବ୍ୟକ୍ତି-ବିଶେଷ ବିନା ପରିଶ୍ରମରେ ଅନ୍ୟମାନଙ୍କ ସାହାଯ୍ୟରେ ଅତି ଅଦ୍ଭୁତ କାର୍ଯ୍ୟକୁ ଇଚ୍ଛା ବଳେଇଥାନ୍ତି । ବର୍ତ୍ତମାନ ସମୟରେ ବୈଷୟିକ…

ଅଧିକ ପଢ଼ନ୍ତୁ
Odia Story Matrutwara Chira Artanada (ମାତୃତ୍ୱର ଚିର ଆର୍ତ୍ତନାଦ) by Manas Ranjan Nayak

ମାତୃତ୍ୱର ଚିର ଆର୍ତ୍ତନାଦ

ସେଦିନର ସକାଳଟିରେ କିଛି ନୂତନତ୍ୱର ଅଭିସ୍ପୁରଣ ନଥିଲେ ହେଁ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ କିଛି ଊଣା ନଥିଲା । ଗବାକ୍ଷଦେଇ କାନ୍ତ କମନୀୟ ସ୍ୱର୍ଣ୍ଣାଭ କିରଣ ବିଚ୍ଛୁରିତ ହୋଇ ପଡ଼ୁଥାଆନ୍ତି ଶୟନ କକ୍ଷ ଭିତରକୁ ଗତ ରାତ୍ରିର ଏକ ଘନ ଅନ୍ଧକାରର ଯବନିକା ଟାଣି । ମୃଦୁ ମୃଦୁ ବିହଙ୍ଗ କାକଳୀ, କଳଗାଉନାରେ ଦୂର ଦେବାଳୟରୁ ଭାସି ଆସୁଥିବା ଶିବ ପଞ୍ଚାକ୍ଷରୀର ଓଁ କାର ଶବ୍ଦ ସାଙ୍ଗକୁ ଧରାପୃଷ୍ଠରେ ସଦ୍ୟ ଜାଗ୍ରତ ଜୀବଜନ୍ତୁଙ୍କର କ୍ଷିପ୍ର ନିଶ୍ୱାସ ଶବ୍ଦର…

ଅଧିକ ପଢ଼ନ୍ତୁ
Odia Poem Jibanara Mulya (ଜୀବନର ମୂଲ୍ୟ) by Deepankar Panda

ଜୀବନର ମୂଲ୍ୟ

ଶୂନ୍ୟହସ୍ତେ ଆମେ ରଖିଥିଲୁ ପାଦ ଏଇ ଭବ୍ୟ ଦୁନିଆରେ ରିକ୍ତହସ୍ତେ ଦିନେ ଚାଲିଯିବୁ ସତ ବନ୍ଦୀ କାଳଯମ ଫାଶରେ ଶୋକମଗ୍ନ ବନ୍ଧୁ ପରିବାର ସବୁ ରହିଯିବେ ଆମ ପଛରେ ସମୟ ଛକରେ ଛନ୍ଦି ଆମେ ତ ରହିଯିବା ତାଙ୍କ ସ୍ମୃତିରେ ଛାଡ଼ିଯିବା ନିଜ ଉପାର୍ଜିତ ସବୁ ଅନ୍ୟ କାହାର ଦାୟିତ୍ୱରେ ନେଇଯିବା ସଙ୍ଗେ ନିଜ କର୍ମଫଳ ପୂର୍ବ ନିର୍ଦ୍ଧାରିତ ପଥରେ ମୋହମାୟା ଭରା ଦୁଃଖ କ୍ଳେଶର ସାଂସାରିକ ଜୀବନରେ ଏକମାତ୍ର ପ୍ରଭୁଙ୍କୁ ସୁମରି ପାରିହେବା ଅନ୍ଧକାର ସହଜରେ…

ଅଧିକ ପଢ଼ନ୍ତୁ
Odia Story Bhinna Eka Gangster (ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍) by Deepak Sarangi

ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍

ଭିକିର ଆଖିରେ ଗୁଡ଼ା ହେଇଥିଲା ଗୋଟେ କଳା ପଟି । ଦୀର୍ଘ ୧୨ଘଣ୍ଟା ହେଲାଣି ମାରୁତି ଭ୍ୟାନ୍ ଭିତରେ ତା’ର ଦୁଇ ହାତ ବନ୍ଧା ହେଇଛି ଓ ଆଖିରେ ଗୁଡ଼ାହେଇଛି କଳାପଟି । କିଛି ଲୋକ ତା’ର ଚାରି ପାଖରେ ବସି ହିନ୍ଦୀରେ କେତେ କ’ଣ ସବୁ କଥା ହେଉଥିଲେ ଆଉ ହସୁଥିଲେ । ଭିକି ଯେଉଁ ନେତା ପାଖରେ କାମ କରୁଥିଲା ତାଙ୍କର କଡ଼ା ତାଗିଦ ଯେ ଭିକିକୁ କିଛିଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ୍ କରି ଦିଆଯାଉ;…

ଅଧିକ ପଢ଼ନ୍ତୁ