You are currently viewing ଜୀବନ
ଜୀବନ

ଜୀବନ

ଦେଖିନି ପାଖରୁ ଜୀବନକୁ କେବେ
ଏକାନ୍ତରେ ବସି ଯେବେ ମୁଁ ଭାବେ –
ହସିକି କାନ୍ଦେ, କାନ୍ଦିକି ହସେ
ଜୀବନଟା ବୋଧେ ଏମିତି ଦିଶେ ।

ନଦୀ ବହିଯାଏ ସମୁଦ୍ର ଆଡ଼େ
କେତେ ଅଙ୍କା ବଙ୍କା ପଥ ହାବୁଡ଼େ –
ପଥର କାଟେ, ପାହାଡ଼ୁ ଖସେ
ଜୀବନଟା ବୋଧେ ଏମିତି ଦିଶେ ।

କିଛି ଚିରସ୍ଥାୟୀ ନୁହେଁ ସଂସାରେ
କେତେ ଝଡ଼ ଝଞ୍ଜା ଆସେ ରାସ୍ତାରେ –
ମାଟିର ଦେହ, ମାଟିରେ ମିଶେ
ଜୀବନଟା ବୋଧେ ଏମିତି ଦିଶେ ।

ସବୁ ପ୍ରାଣୀଙ୍କର ଗୋଟେ ବିଚାର
ପେଟ ପୂରିଗଲେ ନୁହେଁ କାହାର –
ଖାଦକ ଆସେ, ଖାଦ୍ୟ ପାଶେ
ଜୀବନଟା ବୋଧେ ଏମିତି ଦିଶେ ।

କର୍ମର ବିକଳ୍ପ କିଛି ତ ନାହିଁ
ଭାଗ୍ୟକୁ ସମସ୍ତେ ରୁହନ୍ତି ଚାହିଁ –
ମଣିଷ ମନ, ସ୍ୱପ୍ନରେ ଭାଷେ
ଜୀବନଟା ବୋଧେ ଏମିତି ଦିଶେ ।

ଥିଲେ ଥାଉ ପଛେ ଗୁଣ ହଜାର
ଥୁଣ୍ଟ। ଗଛ ପାଏ ନାହିଁ ଆଦର –
ଫୁଲଟି ଫୁଟେ, ପବନ ବାସେ
ଜୀବନଟା ବୋଧେ ଏମିତି ଦିଶେ ।

ଲୋଭଠୁ ଉର୍ଦ୍ଧ୍ୱରେ ଯେ ପାରେ ରହି
ବୁଦ୍ଧିମାନ ପ୍ରାଣୀ ବୋଲାଏ ସେହି –
ବାଘ ବି ଫସେ, ଶିକାରୀ ଫାସେ
ଜୀବନଟା ବୋଧେ ଏମିତି ଦିଶେ ।

କଲେ ଥରେ କାଳ ସର୍ପ ଦଂଶନ
ଯେତେ ଲଗେଇଲେ ଘୃତ ଚନ୍ଦନ –
ବିଷର କୋପ, ବିଷ ହି ନାଶେ
ଜୀବନଟା ବୋଧେ ଏମିତି ଦିଶେ ।

– ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।