Odia Poem Kie ba Bhuliba (କିଏ ବା ଭୁଲିବ) by Ramesh Chandra Behera

କିଏ ବା ଭୁଲିବ

କିଏ ବା ଭୁଲିବ ମୋ ଓଡ଼ିଶାର ବୀରପୁତ୍ର ମଧୁସୂଦନ, ଗୋପବନ୍ଧୁ ସୁବାଷ, ସୁରେନ୍ଦ୍ର, ଲକ୍ଷ୍ମଣ ରାଧାନାଥ, ଫକିରମୋହନ ଗଙ୍ଗାଧର, ଜୟଦେବ ଖୁଦିରାମ ଆଦି ମାହାତ୍ମ୍ୟଙ୍କ ଅବଦାନକୁ? କିଏ ବା ଭୁଲିବ ମୋ ଓଡ଼ିଶାର ସଂସ୍କୃତି କୋଣାର୍କର କାରୁକାର୍ଯ୍ୟ ବେଶଭୁଷା ସନ୍ଧ୍ୟାର ଗୋଧୂଳି ପକ୍ଷୀଙ୍କର କିଚିର ମିଚିରି ସଂସ୍କାରି ଜନଜାତିକୁ କିଏ ବା ଭୁଲିବ ମୋ ଓଡ଼ିଶାର ସବୁଜିମା ଭରା ଘଞ୍ଚ ଅରଣ୍ୟ, ପର୍ବତମାଳା ସବୁଜ ବନାଦୀର ଚାରୁ ଚିତ୍ରପଟ୍ଟକୁ? କିଏ ବା ଭୁଲିବ ମୋ ଓଡ଼ିଶାର ଶାଗ…

ଅଧିକ ପଢ଼ନ୍ତୁ
Odia Poem Badi Barakoli (ବାଡ଼ି ବରକୋଳି) by Saroj Kumar Sahoo

ବାଡ଼ି ବରକୋଳି

ଖଟା ସିନା ଲାଗେ ବାଡ଼ି ବରକୋଳି ରସାଳ ସେଇଟି ଭାରି ପ୍ରତିଟି ବରଷ ଶୀତ ସାଥେସାଥେ ଫୁଲଫଳ ଆସେ ଭରି । ଦୂର ଦୂରାନ୍ତର କେତେ ଟିକି ପକ୍ଷୀ ଡାଳରେ ବସନ୍ତି ନିତି କେତେଯେ ଭଅଁର କେତେ ମହୁମାଛି ଖେଳୁଥାନ୍ତି ପ୍ରଜାପତି । ଚର୍ତୁପାଶ୍ୱ ତା’ର ଦିଶଇ ସୁନ୍ଦର ମଧୁର ମଧୁର ବାସେ ସକାଳ ସଞ୍ଜର ଧୀର ପବନରେ ସଭିଙ୍କର ମନ ତୋଷେ । ସାହିପଡ଼ିଶାର ବଡ଼ଠାରୁ ସାନ ପିଲାଙ୍କର ଜମେ ମେଳି ବାରଣ ନଥାଏ କେବେବି…

ଅଧିକ ପଢ଼ନ୍ତୁ
Odia Poem Kabi o Kabita (କବି ଓ କବିତା) by Rashmibala Satapathy

କବି ଓ କବିତା

କବି କହେ କବିତାକୁ କିପରି କହିବି ମନର କଥା, କବିତା କହେ କବିରେ ମୁଁ ପରା ତୋ ମନର ବ୍ୟଥା । କବିତାରେ ଲେଖୁଛୁ ତୁ ତୋ ମନର ଅକୁହା କଥା, ଜାଣିପାରୁ ନାହୁଁ କବିରେ ଇଏ ପରା ତୋ’ ହୃଦୟର ବାର୍ତ୍ତା । କବି କହେ କବିତାରେ ପ୍ରକୃତ ବନ୍ଧୁ ଯେ ତୁ ମୋର, ତୋରି କୋଳେ ଖୋଲିଦିଏ ଅକୁହା କଥାର ଗନ୍ତାଘର । କବିତା କହେ କବିରେ ମୁଁ ପରା ଅଛି ତୋ’ ସାଥିରେ,…

ଅଧିକ ପଢ଼ନ୍ତୁ
Odia Poem Aeta Nari (ଏଇତ ନାରୀ) by Diptimayee Singh

ଏଇତ ନାରୀ

ଚାରିଆଡ଼େ ଖାଲି ଗୁଞ୍ଜରୁଛି ଶବଦ ମହିଳା ସଶକ୍ତିକରଣ ପାଇଁ, ମାଆମାନେ ମୋର ପାହାଡ଼ ଡେଇଁଲେ ଜଳ ଆଣି ଯିବା ପାଇଁ ॥ ଦୁଃଖିନୀ ମାଆଟା ଉପରେ ମୋହର ନଜର କାହାର ନାହିଁ, ଘିଡ଼ି ଘିଡ଼ି ହେଇ ଧାଉଁଅଛି ସେହି ପାହାଡ଼ ଜଙ୍ଗଲ ଡେଇଁ ॥ ଜାଣିନାହିଁ ସେ ଯେ ପାହାଡ଼ ସେପାରେ ଜଳ ପାଇବ କି ଖୋଜି, ମନେ ଅସୁମାରି ଆଶା ନେଇ ହେଲେ ଚାଲିଥାଏ ଆଖି ମୁଜି ॥ ତଥାପି ମନରେ ଛବିଟିଏ ରଖି ମୁନା…

ଅଧିକ ପଢ଼ନ୍ତୁ
Odia Poem Atmiyatara Basna (ଆତ୍ମିୟତାର ବାସ୍ନା) by Rajesh Rath

ଆତ୍ମିୟତାର ବାସ୍ନା

ଯାହା କିଛି କ୍ଷଣ ଅଟକାଇ ଦିଏ ମୋ ଭିତରେ ଦୌଡ଼ୁଥିବା ଏକ ଦିଗହରା ବୟସକୁ ଧରେଇ ଦିଏ ହାତରେ ଏକ ତୂଳୀ ଆଙ୍କିବାକୁ କୁହେ ଏକ ଚିର ଇପ୍ସିତ ଅଫେରା ଋତୁକୁ… ଦେଖୁ ଦେଖୁ ମୁଁ ଅଙ୍କେ ଆଙ୍କେ ତୁମକୁ, ତୁମ ଉପସ୍ଥିତିର ପ୍ରିତୀ ପ୍ରାଣସ୍ପର୍ଶୀ ମୁହୂର୍ତ୍ତକୁ, ଆଉକିଛି ଦିଗନ୍ତ ବିସ୍ତାରି ତରୁଣ ସ୍ମୃତି ତାଜା ହୁଏ, ଫୁଟି ଉଠେ ମଗୁଶୁରିଆ କୁହୁଡ଼ିରେ ଭିଜା ଭିଜା କାନ କୁହା କଥା, ହାତ ଧରି ଭିଡ଼ି ନିଏ କେଉଁ…

ଅଧିକ ପଢ଼ନ୍ତୁ