Odia Poem Purithibi (ପୃଥିବୀ) by Sanatan Mahakud

ପୃଥିବୀ

ପୃଥିବୀ ସେ ଧରିପାରେ ଯେ ପିଠିରେ ସମଗ୍ର ସୃଷ୍ଟିକୁ ସେଥିପାଇଁ ନାମ ତା’ ଧରଣୀ ସହିପାରେ ସବୁକିଛି ଧର୍ଯ୍ୟଶୀଳା ପୁଣି ସେ ବସୁମତୀ । ଆବୋରିଛି ତା କୋଳରେ କୀଟଠାରୁ ଗଛଯାଏ । ପାହାଡ଼ ପର୍ବତ ନର ପଶୁ ବିହଙ୍ଗମ ଯେତେ ସବୁ ତା’ ସନ୍ତାନ । ହସି ହସି ସହିଯାଏ, ନ ହୋଇ ଅଥୟ ଆମ ଉପକାରେ ପ୍ରଦୂଷଣ ଶଦ୍ଦ ଜଳ ମାଟି ପବନ ଆଦିର । ଯାହା ନାହିଁ ଏଇଠାରେ ମିଳିବନି ଚନ୍ଦ୍ର ଆଉ…

ଅଧିକ ପଢ଼ନ୍ତୁ
Odia Poem Garabe Kahiba Ame Swadhina (ଗରବେ କହିବା ଆମେ ସ୍ୱାଧୀନ) by Janmajaya Nayak

ଗରବେ କହିବା ଆମେ ସ୍ୱାଧୀନ

ପରାଧୀନତାର ସିକୁଳି ଛିଡ଼ିଲା ମୁକତି ପାଇଲୁ ଆମେ, ସ୍ୱାଧୀନତାର ମହୁ ଚାଖି ସରବେ ଭିଜିଗଲେ ଦେଶପ୍ରେମେ । କେତେ ଶୋଷଣ ଦୁର୍ନୀତି କଷଣ ସହିଲେ ଆମ ଜନତା, ଶେଷରେ ବିଦେଶୀ ଗୋରା ସରକାର ନଇଁଲେ ତାଙ୍କରି ମଥା । କେତେ ବୀର ପୁଣି ଶହୀଦ ହୋଇଲେ ଦେଶପାଇଁ ଦେଲେ ପ୍ରାଣ, ଫିରିଙ୍ଗି ଶାସକ ଦେଶ ଛାଡ଼ିଗଲେ ଆମେ ହେଲୁ ତ ସ୍ୱାଧୀନ । ଯାହାଙ୍କର ତ୍ୟାଗ ବଳିଦାନ ପାଇଁ ହୋଇଛେ ସ୍ୱାଧୀନ ଆଜି, ସେମାନଙ୍କୁ ଦେବା ଭକ୍ତି…

ଅଧିକ ପଢ଼ନ୍ତୁ
Odia Poem Ame ta Swadhina (ଆମେ ତ ସ୍ୱାଧୀନ) by Rekshiram Meher

ଆମେ ତ ସ୍ୱାଧୀନ

ପରାଧୀନ ଥିଲା ଭାରତ ଆମ ଗୋରା ସରକାର ଇଂରେଜ ହାତେ, ଆଣିଲେ ସ୍ୱାଧୀନତା କ୍ରାନ୍ତିକାରୀ ଜୀବନ ଉତ୍ସର୍ଗ କରିଣ ଯେତେ ।୧। ଝାଂସିରାଣୀ ଲକ୍ଷ୍ମୀ ବାଇ, ଗାନ୍ଧୀଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେ, ଭାଗତ ସିଂହ ଓ ତାତିଆ ଟୋପେ ବାଜି ରାଉତ, ସୁରେନ୍ଦ୍ର ସାହେ ସେ ।୨। ଆଣିଲେ ସ୍ୱାଧୀନ ଆମ ପାଇଁ ସେ ଦେଶର ସୁରକ୍ଷା ଆମରି ହାତେ, ଦେଶ ଆଗେଇନେବାକୁ ଦେଲେ ସେ ସମର୍ପିଣ ଦେଶ ଆମରି ହାତେ ।୩। ଆମେ…

ଅଧିକ ପଢ଼ନ୍ତୁ
Odia Poem Aranya (ଅରଣ୍ୟ) by Mrutyunjaya Patra

ଅରଣ୍ୟ

ଟ୍ରକ୍ ଟ୍ରଲି ଓ ମିନିବସ୍, ମାଇକ୍‌ର ଅସହ୍ୟ ଶବ୍ଦ ଧୂଳି ପଟଳରେ ଭରା ଏ ଆକାଶ । ଆଖିପତା ପୋଡ଼େ ପ୍ରତ୍ୟୁଷରୁ ପ୍ରଦୋଷ କୋଳାହଳ ଭରା ଏ ନଗର ସବୁଜହରା ନିର୍ଜୀବ ଧୂସର ଠିଆ ଖାଲି ବହୁତଳ କୋଠାଘର । ମଳିନ ହୁଏ ଏ ନଗର ଛବି ହଜେ ଏଠି ମଣିଷର ଅନ୍ତରର ସ୍ୱର । ରଙ୍ଗହୀନ ମଲାଟର ବିବର୍ଣ୍ଣ ଛବି ଭଳି ମୁହଁ ଦିଶେ ନଗର ମଣିଷର ॥ ପବନରେ ଭାସିଆସେ ରାଜପଥୁ ଶୋଣିତର ଗନ୍ଧ…

ଅଧିକ ପଢ଼ନ୍ତୁ
Odia Poem Antaraya (ଅନ୍ତରାୟ) by Swatismita Barik

ଅନ୍ତରାୟ

ତୁମେ ମୋ ଜୀବନର ଅନିର୍ବାଯ୍ୟ ଅବଶୋଷ, ମୁଁ ନିଜ ଭବିଷ୍ୟତର ବିକଳାଙ୍ଗ ଅବଶେଷ । ତୁମେ କାହାଣୀରେ ଅଳସ ଭାଙ୍ଗୁଥିବା ସମ୍ମୋହନୀ କଳାକାର, ମୁଁ ଉପେକ୍ଷିତ ପରଦାରେ ନାଟକ କରୁଥିବା ଏକ ଯାଯାବର । ଅରୁଣିମା ବୋଳା ପ୍ରତି ସକାଳର ମୂର୍ଚ୍ଛିତ କାମନା ତୁମେ, ଶାପ ଜୁଡୁବୁଡୁ ଅନେକ ସ୍ୱପ୍ନର ସୁନ୍ଦର କବରୀ ମୁଁ ଯେ । ଚଉରା ମୂଳରେ ଭାସି ବୁଲୁଥିବା ସକାଳ ଆରତୀ ତୁମେ, ସୁରଭି ଜଙ୍ଗଲେ ନିତି ଜଳୁଥିବା ସାମାନ୍ୟ କାଠିଟି ମୁଁ…

ଅଧିକ ପଢ଼ନ୍ତୁ