Odia Poem Mo Gaan ra Basna (ମୋ ଗାଆଁର ବାସ୍ନା) by Manas Ranjan Nayak

ମୋ ଗାଆଁର ବାସ୍ନା

ଅତୀତ ଆଜି ଦଶନ୍ଧି ଦଶନ୍ଧି ତଳର ସେ ମାଦକୀୟ ଅଭୁଲା ମୂହୁର୍ତ୍ତ, ପ୍ରାପ୍ତି ଆତ୍ମତୃପ୍ତିର ଅମିମାଂସିତ ପ୍ରତିଦ୍ୱନ୍ଦିତାରେ ମନଟି ତୁଷାର୍ତ୍ତ, ଶୀତୁଆ ସକାଳେ ଗବାକ୍ଷ ଦେଇ ଛୁଟିଆସେ ଝରାଶେଫାଳୀର ବାସ୍ନା, ଗାଁ ମୁଣ୍ଡ ରାଧାମାଧବ ମନ୍ଦିରରୁ ଶୁଭୁଥାଏ ହରେ କ୍ରିଷ୍ଣା ହରେ କ୍ରିଷ୍ଣା । ରୋଷେଇ ଚାଳିରୁ ବୋହିଆସେ ବିରିଡାଲି ରସୁଣିଆ ଛୁଙ୍କ, ପଧାନପୁଅ ପାଖ ଗାଁ ମଉଛୁକ ଖାଇଯିବାକୁ ଧରେ ଝୁଙ୍କ, ଦଶହରା ଦୀପାବଳିର ପାର୍ବଣରେ ପୁଲକିତ ହୁଏ ପଲ୍ଲୀ ଜୀବନ, ଦନାସାହୁ ବାହୁନି କାନ୍ଦେ…

ଅଧିକ ପଢ଼ନ୍ତୁ
Odia Poem Nilambu Chilika Tire (ନୀଳାମ୍ବୁ ଚିଲିକା ତୀରେ) by Rudranarayan Panigrahi

ନୀଳାମ୍ବୁ ଚିଲିକା ତୀରେ

ନୀଳାମ୍ବୁ ଚିଲିକା ତୀରେ ରକ୍ତବର୍ଣ୍ଣା ରବିଙ୍କ ଜ୍ୟୋତିରେ ବିହଗ ବାହୁଡ଼ା ବେଳାରେ ସାୟଂ କାଳେ ପ୍ରଦୋଷ ସମୟେ ମୋ ମନର ଗହନ ବନରେ ଉଙ୍କିମାରେ ଅନେକ ପ୍ରଶ୍ନ ! ମନର ମେଦିନିପୁରରେ । ଯାଯାବରର ପ୍ରଳାପ କିଏ ମୁଁ, କ’ଣ ପାଇଁ ମୋର ଜନ୍ମ, କୂଳ ଲଙ୍ଘିବାକୁ କାଗଜ ଡଙ୍ଗାର ଅସରନ୍ତି ଅସମାପ୍ତ ସ୍ୱପ୍ନ, ମନର ସିନ୍ଧୁରେ ଆଶାର ଉର୍ମିରେ କୂଳ ଲଙ୍ଘେ ଆଜି କାଳର କିଙ୍କର । ନାବିକ ଭାଇର ଅମୃତ ସଂଗୀତ ଦୂର ଦେବାଳୟ…

ଅଧିକ ପଢ଼ନ୍ତୁ
Odia Poem Tuma Katha Lekhibaku (ତୁମ କଥା ଲେଖିବାକୁ) by Chittaranjan Barik

ତୁମ କଥା ଲେଖିବାକୁ

ତୁମ କଥା ଲେଖିବାକୁ ଏ କଲମର କାଳୀ ଇନ୍ଦ୍ରଧନୁର ବର୍ଣ୍ଣାଳୀ ଅଯୋଗ୍ୟ ବର୍ଣ୍ଣ ଦେବାକୁ ତୁମ କଥା ଲେଖିବାକୁ । ପୃଷ୍ଠ ଦେଶେ ସୁଷୁମ୍ନାକ ବାମ ପାଖରୁ ମସ୍ତିଷ୍କ ଆନ୍ଦୋଳିତ ଭାବିବାକୁ ତୁମ କଥା ଲେଖିବାକୁ । ବନ ମଧ୍ୟେ ଲାଜକୁଳୀ ଶରୀରରେ ସ୍ନାୟୁ ପୁଣି ଅଥୟ ସମ୍ୱେଦନା ଦେବାକୁ ତୁମ କଥା ଲେଖିବାକୁ । – ଚିତ୍ତରଞ୍ଜନ ବାରିକ

ଅଧିକ ପଢ଼ନ୍ତୁ
Odia Story Ghanta Tarakari (ଘାଣ୍ଟ ତରକାରୀ) by Janmajaya Nayak

ଘାଣ୍ଟ ତରକାରୀ

(୧) ଆମ କଲୋନୀର ସବୁଠାରୁ ପ୍ରିୟ ନାମ ଶାନ୍ତି ମାଉସୀ । ପିଲା ଠୁଁ ବୁଢ଼ା ସବୁରି ମୁହଁରେ ତାହାରି ପ୍ରଶଂସା । ପାକୁଆ ପାଟିରେ ଲହଡ଼ିଭାଙ୍ଗୁଥାଏ ଖିଲିଖିଲି ହସ । ସେନେହ ଶିକୁଳିରେ ସମସ୍ତଙ୍କ ମନକୁ ବାନ୍ଧି ରଖିଥାଏ ସେ । ମହମହ ବାସନା ଛୁଟିଆସୁଥିଲା ଶାନ୍ତି ମାଉସୀ ଘରୁ । ସେ ବାସନାରୁ କେଉଁ ଗୋଟିଏ ଆପଣାପଣର ଅନୁଭବ ଭାସିଆସୁଥିଲା । ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ସେ ବାସନା ପୂର୍ଣ୍ଣଚ୍ଛେଦ ଟାଣି ଗାଁ…

ଅଧିକ ପଢ଼ନ୍ତୁ
Odia Poem Jahara (ଜହର) by Anasuya Panda

ଜହର

ଜହର କିସମ କିସମର, ଭିନ୍ନ ଭିନ୍ନ ରଙ୍ଗର ସେ ଚିହ୍ନେନି ଜାତି, ଧର୍ମ, ଭାଷା, ରଙ୍ଗ, ଧନୀ କି ଗରିବ ସେ ତ ମାତ୍ର ବେପାରଟିଏ ଛାତିଚିରା ଯନ୍ତ୍ରଣାର ଲୁଟି ନିଏ ଅଜସ୍ର କାମନା ସ୍ଵପ୍ନ ଅଞ୍ଜୁଳାଏ ବିଶ୍ୱାସର ଏବେତ ଏଠି କେବଳ ଜହର ଖାଦ୍ୟ ପାଣି ପବନରେ, ବିଷର ବଳୟ ଧଳା, ନୀଳ, ନାଲି ଯାହାର, ସତେ ଅବା ଅବିର ହୋଲିର ଇଏ ସବୁ ବିଦେଶୀ ଜହର, ସ୍ଵଦେଶୀ ଅଭିଯାନରେ ମହୁଲି, ହାଣ୍ଡିଆ, ଗଞ୍ଜେଇ, ଭାଙ୍ଗ…

ଅଧିକ ପଢ଼ନ୍ତୁ