ବଣମଲ୍ଲୀ
ସକାଳ ସାତଟା । ହାୱଡ଼ା–ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱରର ଚାରି ନମ୍ବର ପ୍ଲାଟଫର୍ମରେ ଲାଗିଲା । ଟ୍ରେନ ପହଞ୍ଚିବା ସମୟରୁ ଦୁଇ ଘଣ୍ଟା ଡେରି ଥିଲା । ଟ୍ରେନରେ ଆଜି ନାହିଁ ନଥିବା ଭିଡ଼ । ଆଗକୁ ଚାରି ପାଞ୍ଚ ଦିନ ଛୁଟି ଥିବାରୁ ବଙ୍ଗାଳି ଯାତ୍ରୀ ପୂରା ଟ୍ରେନ ଉପରେ କବ୍ଜା କରିନେଇଛନ୍ତି । ଅଧିକାଂଶ ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥାନ ପୁରୀ । ନିଜର ବ୍ୟାଗକୁ ସିଟ ତଳୁ ବାହାରକରି ଟ୍ରେନ ବାହାରକୁ ଆସିଲା ସିଦ୍ଧାର୍ଥ । ଷ୍ଟେସନ ବାହାରେ ଦେଖିଲା ଝିପି ଝିପି…

