ବନଷ୍ପତି
ବନଷ୍ପତି

ବନଷ୍ପତି

ଧୂଳି ମାଟି କଙ୍କରିତ
ଏଇ ଧୁସର ଧରିତ୍ରୀକୁ
ତୁମେଇ ତ,
ସବୁଜିମାରେ ଭରିଦେଲ ।
ଏ ଧୂସର ଧରିତ୍ରୀକୁ
ତୁମରି ରଙ୍ଗରେ ରଙ୍ଗେଇ ଦେଲ,
ତୁମରି ନବ କିଶଳୟ,
ତୁମରି ପୁଷ୍ପ ସମ୍ଭାରରେ
କେତେଯେ ରଙ୍ଗ ବିଛାଡିଗଲ,
ପ୍ରାଣେ ପ୍ରେମ ତୁମେଇ ତ ଭରିଦେଲ ।
ପ୍ରାଣେ ପ୍ରାଣବାୟୁ ତୁମେଇ ତ ଦେଲ,
ଅନ୍ନମୟ ପିଣ୍ଡେ ପ୍ରତି କୋଷୀକାରେ,
ତୁମେତ ବୋହୁଛ ପ୍ରତିକ୍ଷଣ
ପ୍ରତି ମୁହୁର୍ତ୍ତରେ,
ପ୍ରତିଟି ପ୍ରାଣୀର ପ୍ରତିଟି ନିଶ୍ୱାସକୁ
ତୁମେ ତ ରୁଣି କରିଦେଲ ।
ରୁତୁ ବି ବଦଳେ ଏଇଠି,
ଅରୁତୁରେ ବର୍ଷା ବି ଆସେ,
ତୁମେ ତ ନିଶ୍ଚିତ କର କେତେବେଳେ
କଅଁଣ ଘଟିବ ।
ତୁମେ ତ ଦାତା,
ହେଲେ ତୁମେ ଅତିଦାତା ହୋଇଗଲ ।
ସେଇଠି ତୁମେ, ସବୁଠାରୁ
ବଡ଼ ଭୁଲ କରିଦେଲ ।
ଏଇ ବେଇମାନ ଦୁନିଆଁରେ
ସମସ୍ତେ ତ ଖାଇବେ,
ଶେଷେ ମୁହଁ ପୋଛି ନେବେ ।
ଦାନବୀର ବାଳୀ ତୁମେ,
ସଭ୍ୟତାର ତୃତୀୟ ପାଦ ଆଘାତରେ,
ପାତାଳେ ଚାଲିଯିବ ।
ଏଠି ସବୁ ପ୍ରହାରେଣ ଧନଞ୍ଜୟ,
ହେ ଦୂବ, ହେ ମହାଦୃମ,
ପାରିବତ ତୁମେ ତୁମ ନିଜକୁ ରକ୍ଷାକର ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu