darling

ଡାର୍ଲିଂ

ଏ, ଶୁଣ, ଶୁଣୁଛ ଡାକୁଥିବା ଶନିଆ ମୁହଁରୁ “ଡାର୍ଲିଂ” ଡାକଟା ଶୁଣି ଚମକି ପଡ଼ିଲା, ଯଶୋଦା । ବାହାଘରର ଦୁଇ ବର୍ଷ ବିତିସାରିଥିଲେ ବି ତା’ ମୁହଁରୁ ଏମିତିକା ଡାକ କେବେ ଶୁଣିନଥିଲା ସେ । ତା’ ଛଡ଼ା ଏଇଟା ତ ତା’ ବାବୁଆଣୀର ନାଁ, ବାବୁଙ୍କ ମୁହଁରୁ କେବେ କେବେ ଡାକିବାର ସେ ଶୁଣିଛି । ସେ ଶନିଆ ପାଖକୁ ଲାଗିଯାଇ ତା’ ମୁହଁକୁ ଶୁଂଘିବାକୁ ଚେଷ୍ଟାକଲା । କାଳେ ବଡି ଭୋରୁ ଉଠି ସେ…

ଅଧିକ ପଢ଼ନ୍ତୁ
chapal-chori

ଚପଲ ଚୋରି

ମାନୁ ସକାଳୁ ସକାଳୁ ଅଗଣାରେ ହାଜର । ନୂଆ ନୀଳାମ୍ବରୀ ପାଟ ଶାଢ଼ୀ, ପାଦରେ ଅଳତା, ନଖପାଲିଶି, ଆଖିରେ କଜଳ, ମୁଣ୍ଡରେ ସିନ୍ଦୂର ନାଇ ଖୁବ୍ ସୁନ୍ଦର ଦିଶୁଛି । ତା’ ସାଙ୍ଗକୁ ଶାଶୁ ଦେଇଥିବା ନେଳି କାଚ ମୁଠାକ ଯେମିତି ପରିପୂର୍ଣ କରୁଥାଏ ତା’ର ରୂପ-ଲାବଣ୍ୟକୁ । ସାମନ୍ତରାଏ ଘରର ବଡ଼ ବୋହୁ ସେ ! ତା’ ତଳକୁ ଦୁଇ ଦିଅର ଆଉ ଜଣେ ବଡ଼ ନଣନ୍ଦ । କଟକ ତଳ ତେଲେଙ୍ଗା ବଜାର ମହାନ୍ତି…

ଅଧିକ ପଢ଼ନ୍ତୁ
gariba

ଗରିବ

ଦିନ ସାଢ଼େ ଏଗାରଟା । ସବୁଦିନ ଭଳି ଆଜି ବି ଏଇ ସମୟ ରେ ତା’ ବଜାଜ ସ୍କୁଟର ବାହାର କରିବାକୁ ଥାକରୁ ସ୍କୁଟର ଚାବି ବାହାର କଲା ବିପ୍ଲବ । ଦି’ଘେରା ବୁଲି ଗୋଟେ ସିଗାରେଟ ଟାଣି ଦେଇ ଆସିଲେ ପୁଣି ମନୋନିବେଶ କରିବ ତା’ର କବିତା ଲେଖିବା କାମରେ । କୀର୍ତ୍ତି ଆଜି କଲେଜ ଯାଇନି, ଛୁଟି ନେଇଛି, ଝିଅର ପଢ଼ାପଢ଼ି ଦେଖିବା ଲାଗି । ତା’ର ପରୀକ୍ଷା ଦୁଇ ଦିନ ପରେ ଆରମ୍ଭ…

ଅଧିକ ପଢ଼ନ୍ତୁ
ଗୋଟିଏ ରାତି

ଗୋଟିଏ ରାତି

ଆଦିତ୍ୟ ସେଦିନ ଅଫିସରୁ ଫେରି ମେସରେ ରୋଷେଇ ଆରମ୍ଭ କରୁଥିଲା । ସମୟ ପ୍ରାୟ ରାତି ଆଠଟା, ହଠାତ ମୋବାଇଲ ବାଜିଉଠିଲା । ଦେଖିଲାବେଳକୁ ଭିଣେଇ କଲ୍ କରୁଛନ୍ତି । ଆଦିତ୍ୟ ଭାବିଲା ଏବେ ସେ କାହିଁକି କଲ କଲେ ! କିଛି ସମୟ ପୂର୍ବରୁ ବାବା ଫୋନ କରିଥିଲେ, ମୋ ବଡ଼ଭଉଣୀର ଝିଅ ହେଲା ବୋଲି ଖବର ଦେବାପାଇଁ । ଭିଣେଇ ବି ବୋଧେ ସେଇଥିପାଇଁ କଲ୍ କରିଥିବେ, ଏପରି ଚିନ୍ତା କରି ଆଦି ଫୋନ…

ଅଧିକ ପଢ଼ନ୍ତୁ
chhaka-mundara-budhi-mausi

ଛକ ମୁଣ୍ଡର ବୁଢ଼ୀ ମାଉସୀ

ସକାଳ ହେଲେ ବାହାରିଯାଏ ସେ । ତା’ର ଟିକି ଦୁନିଆକୁ ନେଇ ସେ ଖୁସିଥାଏ । ଆଗାମୀ ଦିନର ସ୍ୱପ୍ନିଳ ପରିକଳ୍ପନା ମଧ୍ୟରେ ସେ କେବେ ନିଜକୁ ହଜାଇ ଦିଏନି । ଖାତିର ନଥାଏ ସମାଜର କଟାକ୍ଷକୁ । ଖାତିର ନଥାଏ ବର୍ଷା, ଖରା, ଶୀତ, ପାଣି-ପବନକୁ । ସବୁଦିନ ସେଇଠି ଥାଏ । ଅତି ନିର୍ଭୀକ ଭାବରେ, ଅତି ନିରବଚ୍ଛିନ୍ନ ଭାବରେ, ଅତି ଅଲୋଡ଼ା, ଅଖୋଜା ଭାବରେ ଆଉ ଅତି ନିଷ୍ଠୁର ଭାବରେ । ତାକୁ…

ଅଧିକ ପଢ଼ନ୍ତୁ