sarbasrestha-prani

ସର୍ବଶ୍ରେଷ୍ଠ ପ୍ରାଣୀ

ମୁଁ ଛଳନା, ବିଶ୍ୱାସର ମୁଖା ପିନ୍ଧି ଦିଏ ମୁଁ ଯାତନା । ମୁଁ ଯୌବନ, ମୋତେ ନେଇ ଗର୍ବୀ ମନ ଭୁଲେ ଆତ୍ମଜ୍ଞାନ । ମୁଁ ଅହଙ୍କାର, ମୋ ପାଇଁ ସୁନା ସଂସାର ହୁଏ ଛାରକାର । ମୁଁ ଲୋଭ, ଯେତେ ଧନ ପାଇଲେ ବି ପୂରେ ନାହିଁ ଗର୍ଭ । ମୁଁ କ୍ରୋଧ, ନିମିଷକେ ଧ୍ୱଂସିବା ମୋହର ମାର୍ଗ । ମୁଁ ମାନବ, ଲୋଭ, କ୍ରୋଧ, ମୋହ‌ମାୟା ମୋଠୁଁ ଉଦ୍‌ଭବ । ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ…

ଅଧିକ ପଢ଼ନ୍ତୁ
dubaghasa

ଦୁବଘାସ

ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ।। ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ।। ଆସୁ ସତେ କେତେ ବାଆ ବତାସ ଯେ କେବେ ଯାଏ ନାହିଁ ଡରିକି ଡରିବାର ଯଦି ଥାଏ ମୋ ମନରେ ଡର ଥାଏ ମୋର ହରିକି ।। ଗୋରୁର ପାକୁଳି ମଧ୍ୟରେ ମୁହିଁ ଯେ…

ଅଧିକ ପଢ଼ନ୍ତୁ
banaspati

ବନଷ୍ପତି

ଧୂଳି ମାଟି କଙ୍କରିତ ଏଇ ଧୁସର ଧରିତ୍ରୀକୁ ତୁମେଇ ତ, ସବୁଜିମାରେ ଭରିଦେଲ । ଏ ଧୂସର ଧରିତ୍ରୀକୁ ତୁମରି ରଙ୍ଗରେ ରଙ୍ଗେଇ ଦେଲ, ତୁମରି ନବ କିଶଳୟ, ତୁମରି ପୁଷ୍ପ ସମ୍ଭାରରେ କେତେଯେ ରଙ୍ଗ ବିଛାଡିଗଲ, ପ୍ରାଣେ ପ୍ରେମ ତୁମେଇ ତ ଭରିଦେଲ । ପ୍ରାଣେ ପ୍ରାଣବାୟୁ ତୁମେଇ ତ ଦେଲ, ଅନ୍ନମୟ ପିଣ୍ଡେ ପ୍ରତି କୋଷୀକାରେ, ତୁମେତ ବୋହୁଛ ପ୍ରତିକ୍ଷଣ ପ୍ରତି ମୁହୁର୍ତ୍ତରେ, ପ୍ରତିଟି ପ୍ରାଣୀର ପ୍ରତିଟି ନିଶ୍ୱାସକୁ ତୁମେ ତ ରୁଣି କରିଦେଲ…

ଅଧିକ ପଢ଼ନ୍ତୁ
Odia Poem Nua Barsa (ନୂଆ ବର୍ଷ) by Rajshekhar Chima for New Year

ନୂଆ ବର୍ଷ

ଆସୁଅଛି ନୂଆ ବର୍ଷ, ନୂଆ ସମୟ ଚକ୍ର ସ୍ୱୀକାର କରିବା ସ‌ହର୍ଷ । ଜୀବନରେ ଖୋଲିବା ନୂତନ ଅଧ୍ୟାୟ, ଚାଲିବ ଅନେକ ଅନେକ ପର୍ଯ୍ୟାୟ । ଭଲ ମନ୍ଦ ଅନେକ ପୃଷ୍ଠା, ଶ୍ରୀଜୀଉଙ୍କ ପ୍ରତି ରହୁ ସମସ୍ତଙ୍କ ନିଷ୍ଠା । ଯାଉଥିବା ବର୍ଷରୁ ମିଳିଲା ଅମୂଲ୍ୟ ଶିକ୍ଷା, ଆଗାମୀ ବର୍ଷରେ ଧୈର୍ଯ୍ୟେ ସାମନା କରିବା ନୂଆ ପରୀକ୍ଷା । ନିଜ ପ୍ରାଚୀନ ପରମ୍ପରା ର କରିବା ସୁରକ୍ଷା, ଭାଷା ସଂସ୍କୃତି ବ୍ୟବ‌ହାରରେ ତୃଟିର କରିବା ସମୀକ୍ଷା ।…

ଅଧିକ ପଢ଼ନ୍ତୁ
Abhinandana Nua Barsa (ଅଭିନନ୍ଦନ ନୂଆ ବର୍ଷ): Odia Poem by Sanghamitra Kanungo

ଅଭିନନ୍ଦନ ନୂଆ ବର୍ଷ

ନୂଆ ବର୍ଷ ତମେ ଆସୁଛ ସବୁ ପୁରୁଣା ସ୍ମୃତିକୁ ଫିଙ୍ଗି ଦେଇ, ବାରମାସୀ ଚଢ଼େଇ ଭଳି କେତେ ରଙ୍ଗରେ ନିଜକୁ ସଜାଇ, ତମେ ଆସୁଛ । ଆକାଶରେ ମେଘହୀନ ଗୀତର ରାଗିଣୀ ଶୁଣାଉଛି ତମ ଆଗମନୀର ବାର୍ତ୍ତା, ତମେ ଆସୁଚ ପୌଷ ଶେଷରେ ଶୀତର ଚାଦର ଢାଙ୍କି ହୋଇ । କିନ୍ତୁ ହେ ନବବର୍ଷ, ଯଦି ମୁଁ ଠିକ୍ ଦେଖିଥାଏ, ତେବେ ତମ ମୁହଁରେ ତ’ ଦେଖିପାରୁନାହିଁ ଆଗମନୀର ଉଲ୍ଳାସ, ସତେ ଯେମିତି ତମ ଭିତରୁ ମରି…

ଅଧିକ ପଢ଼ନ୍ତୁ