isha-yoga

ନିଜକୁ ହଜେଇ ପୁଣି ଖୋଜି ପାଇବାର ଜାଗା: ଇଶା ଯୋଗା

ଆମେ ଯେତେବେଳେ କୋଇମ୍ବାଟୁର ଆସିଥିଲୁ ସେତେବେଳେ ଆମ ଫ୍ଲାଟକୁ ଦେଖି ଯେତିକି ଖୁସି ହେଇଥିଲି ତା’ର ଅବସ୍ଥିତି ଦେଖି ସେତିକି ଦୁଃଖୀ ହେଇଥିଲି । ସହରତଳି ଅଞ୍ଚଳରେ ଗଢ଼ିଉଠିଥିଲା ଆପାର୍ଟମେଣ୍ଟଟି । ସହର ରହିଯାଇଥିଲା ବହୁତ ଦୂରରେ । ତେବେ ତିନିପଟୁ ଆମକୁ ବେଢ଼ି ରହିଥିବା ଭେଲିଆନଗିରି ପାହାଡ଼ ଶୃଙ୍ଖଳା ଆଉ ତାକୁ ଚୁମି ଯାଉଥିବା ଭସା ବାଦଲ ଦେଖି ମୁଁ ସେଇ ଘରର ପ୍ରେମରେ ପଡ଼ିଯାଇଥିଲି । କିଛି ଦିନରେ ମୁଁ ଆଉରି ଖୁସି ହେଇଗଲି ଯେବେ ଜାଣିଲି ସଦଗୁରୁ ଜାଗି…

ଅଧିକ ପଢ଼ନ୍ତୁ
Sisupalgarh

ଶିଶୁପାଳଗଡ଼- ଏକ ବିଲୁପ୍ତ ସହର

ଶିଶୁପାଳଗଡ଼, ଏହି ପ୍ରାଚୀନ ସହରର ଭଗ୍ନାବଶେଷ ଆବିଷ୍କୃତ ବର୍ତ୍ତମାନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ । ଆଉ ମୁଁ ନିଜକୁ ଗୌରବାନ୍ୱିତ ମନେକରେ କି ମୁଁ ଏହି ସହରରେ ବାସକରେ । ବିଶ୍ୱର ଅନ୍ୟତମ ସଂରକ୍ଷିତ ଏହି ସହରରେ ମୁଁ ପାଏ ଅନେକ କିଛି ଯାହା ମୋ ରାଜ୍ୟର ଗୌରବ ଗାଥାକୁ ପରିସ୍ପୁଟ କରୁଛି ଅନେକାଂଶରେ । ଏହି ପ୍ରାଚୀନତ୍ତମ ସହରର ଖୋଦନ କାର୍ଯ୍ୟ ସମ୍ପାଦିତ ହୁଏ ବିଭିନ୍ନ ପର୍ଯ୍ୟାୟରେ । ୧୯୪୮ ମସିହାରେ ଏହାର ସର୍ବପ୍ରଥମ ଖନନ କାର୍ଯ୍ୟ ଆରମ୍ଭହୁଏ ଶ୍ରୀ…

ଅଧିକ ପଢ଼ନ୍ତୁ
bagha-kalikataru-kaptipada

ବାଘା- କଲିକତାରୁ କପ୍ତିପଦା

ଏକ ଶୀତୁଆ ସକାଳରେ ଗାଁ ପାଖ ରେଳ ଷ୍ଟେସନକୁ ଯିବାର ଥିଲା, କଲିକତାରୁ ଆସୁଥିବା ଜଣେ ସମ୍ପର୍କୀୟଙ୍କୁ ପାଛୋଟି ଆଣିବାକୁ। ହେଲେ ଉଠିବା ବେଳକୁ ବିଳମ୍ବ ହୋଇଯାଇଥିଲା। ଯେମିତି ସେମିତି ମୁହଁ ଧୋଇ ଗାଡ଼ି ନେଇ ବାହାରି ପଡ଼ିଲି, ଷ୍ଟେସନ ସାମନାରେ ପହଞ୍ଚି ଶୁଣିଲି ଗାଡ଼ି ଆସିବାରେ ବିଳମ୍ବ ହେବ। ପାଖରେ ଥିବା ଚା’ ଦୋକାନରେ ଗିଲାସେ ଚା’ ମଗାଇ ସକାଳର ଖବରକାଗଜ ଉପରେ ଆଖି ବୁଲାଇଆଣୁଥିଲି, ଜଣେ ଭଦ୍ରବ୍ୟକ୍ତି ଦୌଡ଼ି ଦୌଡ଼ି ଆସି ପଚାରିଲେ ଭାଇ…

ଅଧିକ ପଢ଼ନ୍ତୁ
ପଲ୍ଲୀ-ଜନନୀ

ପଲ୍ଲୀ-ଜନନୀ

ବହୁ ପଲ୍ଲୀ-ଜନନୀ ଆଜି ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛନ୍ତି । ଅର୍ଥବଳରେ ହେଉ, ଭାଗ୍ୟବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି, ସେମାନଙ୍କ ସମ୍ଵନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନାଜଳ୍ପନା ଚାଲେ । ବିଦ୍ୟାର୍ଥୀ ଜୀବନରେ ସେମାନେ ପିତା-ମାତାଙ୍କ ଆଶା ଭରସାର ସ୍ଥଳ ହୋଇ, ଗ୍ରାମବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହୋଇ ଓ କୁମାରୀମାନଙ୍କ ଅପାଙ୍ଗର କେନ୍ଦ୍ର ହୋଇ ଗ୍ରାମଭୂମି ମଣ୍ଡନ କରିଥାନ୍ତି । କିନ୍ତୁ ସମୟ ଆସେ, ଯେତେବେଳେ କି ଗ୍ରାମବାସୀମାନେ ସେମାନଙ୍କୁ ଦେଖିବାକୁ…

ଅଧିକ ପଢ଼ନ୍ତୁ
pakhala-diabasa-jojana

ପଖାଳ ଦିବସ ଯୋଜନା

ଗ ବାବୁ ଭାରି ଚିନ୍ତିତ, ଏଣେ ପଖାଳ ଦିବସ ପାଖେଇ ଆଇଲାଣି । ଯଦି ସିକ୍ରେଟ ମିଶନଟି ବାହାରକୁ ପ୍ରଘଟ ହେଇଯାଏ ତେବେ ଗଲା ଜାଣ, ଏହାର ଜିଆଇ ଟାଗ ବି ହାତରୁ ଚାଲିଯିବ । ପଡ଼ୋଶୀ ରାଇଜ ବାଲାଏ ଏଡ଼େବଡ଼ ନଦୀରେ ପୁଞ୍ଜାଏ ବନ୍ଧ ବାନ୍ଧି ଦେଲେ, ଆମେ ଟେର୍ ବି ପାଇଲୁନି ହେଲେ ଆମ ରସଗୋଲା ଜିଆଇ ଟିଆଗ ପାଇଁ ତୟାର ହଉ ହଉ ତେଣେ ଦିଦି ଖେଳ କରିଦେଲେ । ମୁମ କହିଛନ୍ତି ଖବରଦାର ଗ ବାବୁ,…

ଅଧିକ ପଢ଼ନ୍ତୁ