ଚିଠି ଆଜି କାନ୍ଦୁଛି

ଚିଠି ଆଜି କାନ୍ଦୁଛି

ବିରହୀ ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ ପୁଣି ଥରେ ସାତ ସାଗର ପାରେ ଯିବାକୁ, ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି । ସତେ ଆସିଗଲା ବାର୍ଦ୍ଧକ୍ୟ ତା’ର, ଆଉ ନାହିଁ କ’ଣ ସେ ଉନ୍ମାଦନା ଚିଠି ଲେଖାରେ, ତା’ର ବାସ୍ନାରୁ କ’ଣ ହଜିଯାଇଛି ପ୍ରେମର ସୁମଧୁର ସୁରଭି, ଭଗ୍ନ ଏକ ସ୍ତୁପ ସାଜି ଚିଠି ଆଜି…

ଅଧିକ ପଢ଼ନ୍ତୁ
ବର୍ଷା ଓ ବୟସ

ବର୍ଷା ଓ ବୟସ

ବର୍ଷା ଝରେ ଟପ୍‌ଟାପ୍ ସୁରରେ ସୁ.. ସୁ.. ଶବ୍ଦରେ ଦୋଳି ଖେଳେ ପବନ ସାଥିରେ । ଉଲ୍ଲସିତ ହୁଏ ଚାଷୀ ବିଭୋର ହୁଏ କବି କୁରୁଳି ଉଠନ୍ତି ପ୍ରଣୟ-ପ୍ରଣୟୀ, ମାଟି ପ୍ରସବିଯାଏ ଅନାବନା କେତେ ଯେ ନବପଲ୍ଲବ ତା’ର ଠିକଣା ନଥାଏ । ବର୍ଷାର ସୁରେ ସୁରେ ମନେପଡ଼େ ପିଲାବେଳ ପାଣି ଫୋଟକା ସହ କାଗଜ ଡଙ୍ଗାର ଖେଳ, ଓଦା ଓଦା ସ୍କୁଲ ଫେରନ୍ତା ସମୟ । ବର୍ଷାର ସଙ୍ଗୀତ ଠିକ୍ ଜୀବନ ସଙ୍ଗୀତ ପରି, ବର୍ଷା ଆସୁଥାଏ-ଯାଉଥାଏ ବଢ଼ି ଚାଲିଥାଏ…

ଅଧିକ ପଢ଼ନ୍ତୁ
sahajatri

ସହଯାତ୍ରୀ

ଆଜି ଫେରିବାର ଅଛି ଆଉ ଥରେ ଆସିବି କି ନାହିଁ ଜଣା ନାହିଁ କ’ଣ ନେବି କ’ଣ ଛାଡ଼ି ଯିବି? ଅଳନ୍ଦୁ ଭିଡ଼ରେ ପରିଚୟର ଧସ୍ତାଧସ୍ତିରେ କିଛି ମୁହୁର୍ତ୍ତ ଝୁଲୁଛି କାଚ ବନ୍ଧେଇରେ, ସମୟକୁ ହରେଇଥିବା ସ୍ମୃତିର ଆଲବମ ଏବେ ଚାପି ହେଇଯାଇଛି ନୂଆ ଲୁଗାର ପରସ୍ତରେ ଅବିଶ୍ୱାସୀ ଅନ୍ଧାରରେ ହାତ ଛାଡ଼ିଦେଇଥିବା ଛାଇ ଏବେ ନିଜେ ପଥ ହରା କୁହୁଡ଼ି ଭରା ଜୀବନ ଦୋଛକିରେ କାହାକୁ କରିବି ସହଯାତ୍ରୀ? ହିସାବ ନିକାଶ ପରେ ଖୋଜି ପାଇଲି…

ଅଧିକ ପଢ଼ନ୍ତୁ
Bhakara Daka

ଭକତର ଡାକ

ଭାବରେ ଭକ୍ତିରେ ଜଗନ୍ନାଥ ତୁମେ ବନ୍ଧା ଭକତର ଡୋରେ, ଜାଣେନା ମୁଁ ପ୍ରଭୁ ତୁମ ବିନା କିଛି ଶରଣ ତୁମ ପୟରେ । ସଖା ବନ୍ଧୁ ମୋର କାଳିଆ ସାଆନ୍ତ ତୁମ ବିନା ଗତି ନାହିଁ, ମୋ ପ୍ରାଣ ରଥର ସାରଥିଟେ ହୋଇ ପାଖକୁ ନିଅ ଗଡ଼େଇ । ମହାପ୍ରଭୁ ମୋର ବଳିଆର ଭୂଜ ଏତିକି କରୁଣା କର, ଜୀବ ଗଲା ବେଳେ କରିବି ଦର୍ଶନ ତୁମ ସେ ଚକାଡୋଳାର । ମାଗୁ ନାହିଁ ପ୍ରଭୁ ତୁମକୁ ମୁଁ କିଛି ଜୀବନ…

ଅଧିକ ପଢ଼ନ୍ତୁ
shubhapallaba

ଶୁଭପଲ୍ଲବ

ବିଭାବରୀ ଅନ୍ତେ ଉଷା ପ୍ରବେଶିଲା ପଲ୍ଲବରେ ଶୁଭ ଆସିଲା ପଲ୍ଲବେ ନୀହାର ମୁକ୍ତା ପରି ଦିଶେ ରବି ରଶ୍ମି ଯେଣୁ ପଡ଼ିଲା । (୧) ମଧୁମୟ ବନେ ବିହଙ୍ଗ ସଙ୍ଗୀତ ସମୀରଣେ ଭାସି ଆସିଲା ମଧୁପର ମଧୁ ଗୁଞ୍ଜେ ଗୁଞ୍ଜରଣ ଝିଙ୍କାରି ଝଙ୍କାର ସରିଲା । (୨)‌ ପ୍ରାଚୀ ଗ‌ଗନରେ କୁଆଁତାରା ଧୀରେ ଅଳପ ଅଳପ ଲୁଚିଲା ନବପଲ୍ଲବରେ ଶୁଭ ଆସିଗଲା ଫୁଲେ ଫୁଲେ ବାସ ଛୁଟିଲା । (୩) କଜଳପାତିଟି ନିଦରେ ଚମକେ ତରୁର ଗ‌ହଳ ଶାଖାରେ ସୁରଭି ନର୍ତ୍ତନେ…

ଅଧିକ ପଢ଼ନ୍ତୁ