ମଣିଷ ଗଛ
ଅନ୍ୟମନସ୍କ ଭାବରେ ଗୋଡ଼ ଦୁଇଟାକୁ ଟିପୋଇ ଉପରେ ଥୋଇ ବେତ ଚୌକିରେ ବସିଥାନ୍ତି ସନାତନବାବୁ । ଜୀବନର ୬୫ଟି ବସନ୍ତ ବିତେଇ ସାରିଥିବା ଅବସରପ୍ରାପ୍ତ ଶିକ୍ଷକ ସନାତନ ମିଶ୍ର । ଧୋବ ଫରଫର ବାଳ ସାଙ୍ଗକୁ ଗାନ୍ଧିଜୀଙ୍କ ଭଳି ଚଷମା । କିଛି ଗୋଟାଏ ଗମ୍ଭୀର ଚିନ୍ତାରେ ବସିଥାନ୍ତି । “ଚା ପିଇଲ ନାହିଁ ଯେ, ଥଣ୍ଡା ହୋଇଗଲେ ମୁଁ ଆଉ ଗରମ କରି ପାରିବିନି ।” ପତ୍ନୀଙ୍କ କଥା ଶୁଣି ଚିନ୍ତା ରାଇଜରୁ ଫେରି ଆସିଲେ…