ତୁମକୁ ଦେଖିଲା ପରେ...

ତୁମକୁ ଦେଖିଲା ପରେ…

ଏ ଆଖି ତୁମକୁ ଦେଖିଲା ପରେ ମନ କାହିଁକି ଝୁରେ ତୁମେ ବି ଅଜଣା ମୁଁ ବି ଅଜଣା ବସା ବାନ୍ଧିଦେଲ ହୃଦୟରେ ଏ ଆଖି ତୁମକୁ ଦେଖିଲା ପରେ… ମନ କାହିଁକି ଝୁରେ… ସହି ପାରେ ନାହିଁ, କହି ପାରେ ନାହିଁ ବିରହ ଜୁଇରେ ମୁଁ ଜଳେରେ ଥିରି ଥିରି ତୁମେ ଚାଲି ଯାଉଥିଲ କଣେଇ ଚାହିଁଲ ଦୁଷ୍ଟାମୀରେ ଏ ଆଖି ତୁମକୁ ଦେଖିଲା ପରେ… ମନ କାହିଁକି ଝୁରେ… ଫିକା ଫିକା ମନ ଲାଗେ…

ଅଧିକ ପଢ଼ନ୍ତୁ
ବାପା

ବାପା

ବାପା ତୁମେ ମୋ ଜୀବନ ଜଞ୍ଜାଳର ଉଦୁଉଦିଆ ଖରାରେ ଗାଁ ମୁଣ୍ଡ ଝଙ୍କାଳିଆ ବରଗଛ ଛାଇ । ଥକ୍କାକୁ ଧକ୍କା ମାରିବାର ତୁମେ ତ ସାହାସ ଆତ୍ମବିଶ୍ୱାସରେ ଅସ୍ତିତ୍ଵହରା ଆଶା ଆଶଙ୍କାର ମୋ ଶୁଷ୍କ ମରୁଭୂମିରେ ତୁମେ ମୋ ବିଶ୍ୱାସ ଭରସାର କୁଳୁକୁଳୁ ପ୍ରବାହିତ ଚିରସ୍ରୋତା ନଈ ॥ ଆକାଶର ପରିସୀମାକୁ ସୀମିତ କରି ତୁମଛଡ଼ା କିଏ ଦେଇପାରିବ ସୁରକ୍ଷିତ ଆଶ୍ରୟର ବିଶାଳ ଛାତଟେ?? ଶୃଙ୍ଖଳା ଆକଟରେ ତୁମେ ଭୟଙ୍କର ଅଶାନ୍ତ ଲହଡ଼ି । ହେଲେ ଗଭୀର ହୃଦୟରେ ଥାଏ…

ଅଧିକ ପଢ଼ନ୍ତୁ
ପରିବର୍ତ୍ତନ

ପରିବର୍ତ୍ତନ

ସବୁଥର ଭଳି ଏଥର ବି ବଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା, ଖ୍ରୀଷ୍ଟମାସର କୋଳାହଳ ବିଦାୟଦେବ ପୁରୁଣା ବର୍ଷକୁ, ପୁରୁଣା ହେଇଯିବେ ଅସହିଷ୍ଣୁତା ଆଉ ଯେତେ ସବୁ ସମ୍ମାନ ପୁରସ୍କାର, ନୂଆ ସକାଳର ନବ ରବି ପୃଥିବୀକୁ ଛୁଇଁବା ଆଗରୁ ଅଗଣିତ ଚାଷୀଭାଇ ଭୁଲିଯିବେ ଆତ୍ମହତ୍ୟା ଏକ ମହାପାପ

ଅଧିକ ପଢ଼ନ୍ତୁ
ନାରୀ ପାଇଁ ରାଜା କିଏ

ନାରୀ ପାଇଁ ରାଜା କିଏ..?

ନାରୀ ପାଇଁ ରାଜା କିଏ ପଚାରୁଛି ନାରୀ, କେଉଁ ରାଜା ଶାସନରେ ଅଛି ସେ ନିସ୍ତରି? କୌରବ ରାଜ ସଭାରେ ହୋଇଛି ଉଲଗ୍ନ, ପାଣ୍ଡବ ହାରିଛି ତାକୁ ହୋଇ ଜୁଆ ମଗ୍ନ । ରାବଣ ରାଜା ତାକୁ ହରଣ କରିଛି, ରାମକୁ ରାଜା କରି ସେ ଅନଳେ ପଶିଛି । ଡାକୁକୁ ଭୟ କରି ଧର୍ଷିତା ହୋଇଛି, ସନ୍ଥକୁ ଭରସା କରି ଜିଅନ୍ତା ଜଳିଛି । ମୁସଲମାନ ଭଲ କହି ତଲାକ୍ ପାଇଛି, ହିନ୍ଦୁର ସତୀ ଦାହରେ ସତୀ ବୋଲାଇଛି । ବିଦେଶୀ…

ଅଧିକ ପଢ଼ନ୍ତୁ
ଜୀବନ୍ତ ମୁର୍ଦ୍ଦାଳ

ଜୀବନ୍ତ ମୁର୍ଦ୍ଦାଳ

କାହାକୁ କହିବି କିଏ ଯେ ଶୁଣିବ କିଛି ତ ରହିନି ବାକି ଆଜି ବି ଜନନୀ, ଭାର୍ଯ୍ୟା, ଭଗିନୀ କାନ୍ଦେ ଲୁହ ଢୋକି-ଢୋକି ଭାବୁଚି କେହି ତ ଚିତ୍କାର ଶୁଣି, କରିବ କି ସତେ ନ୍ୟାୟ ଯେଉଁ ଦେଶେ ନାରୀ ପୂଜନୀୟ ଥିଲା, ସେଠି ଆଜି ଅସହାୟ । ବୁକୁ ଠୁ ମା’ର ରକ୍ତ ଝରେରେ ପୋଛିଦିଅ କିଏ ଆସି ତଥାପି ଜୀବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି………(୧) ସମସ୍ତେ ସାଜିଛୁ ହସ୍ତିନାବାସି ଚକ୍ଷୁରେ ପୁଟୁଳି ବାନ୍ଧି…

ଅଧିକ ପଢ଼ନ୍ତୁ