ମାନବ ତମେ ଆସ
ମାନବ ତମେ ଆସ

ମାନବ ତମେ ଆସ

ମାନବିକତାକୁ ସାଥିରେ ଧରି
ଆସିବ କି ତମେ ମାନବ
ସାରା ଦୁନିଆ ବଦଳି ଯିବ
ତମର ହେଲେ ଆବିର୍ଭାବ ।

ମାନବିକତା ନାହିଁ ବୋଲି
ସ୍ନେହ ଶ୍ରଦ୍ଧା ଦୟା ନାହିଁ ଏଠାରେ
ଏସବୁ ସାଥିରେ ଧରି
ଆସ‌ହେ ମାନବ ଥରେ ।

ମାନବିକତାର ଅଗ୍ନି ଜାଳି
ଜାଳିଦିଅ ହିଂସା ଅହଂକାର
ମାନବ ତମେ ଥରୁଟିଏ ଆସ
ମାନବିକତାର ହେବ ଜୟକାର ।

କନ୍ୟା ଭୃଣ ବଞ୍ଚିବ
ନାରୀର ସମ୍ମାନ ଫେରିବ
ମାନବ ଯେବେ ତମେ ଆସିବ
ମାନବିକତାର ଶିଶୁ
ହସିବ ଖେଳିବ ବୁଲିବ ।

ତମେ ନାହଁ ବୋଲି
ନାରୀ ହୁଏ ଅପମାନିତ
ଲୋକଙ୍କ ମେଳରେ
ତମେ ନାହଁ ବୋଲି
ନୂଆବୋହୂଟିଏ ଶାଶୁଘରେ
ଜଳେ ଯଉତୁକ ଜୁଇରେ ।

ତମେ ନାହଁ ବୋଲି
ଦୁର୍ନିତି ଭ୍ରଷ୍ଟାଚାର
ସବୁ କ୍ଷମତାର ଲୋଭ ଆସକ୍ତ
ଅହଂକାର ଆଉ ସ୍ୱାର୍ଥରେ
ଜୀବନ ହେଲାଣି ଅଭିସପ୍ତ ।

ମାନବିକତାକୁ ଧରି ସାଥିରେ
ଆସିବ ଯେବେ ମାନବ
ସ୍ନେହ ଶ୍ରଦ୍ଧାର ବର୍ଷ ଝରିବ
ଦୟା କ୍ଷମାର ଧ୍ୱଜା ଉଡ଼ିବ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu