You are currently viewing ସତରେ କ’ଣ ସେ ଅଲୋଡ଼ା?
ସତରେ କ'ଣ ସେ ଅଲୋଡ଼ା?

ସତରେ କ’ଣ ସେ ଅଲୋଡ଼ା?

ସେ କନ୍ୟା, ଭଗିନୀ, ଜାୟା ଓ ଜନନୀ
କେଉଁ ଅଜଣା ହସ୍ପାତାଳରେ ହୁଏ ଅଜଣା ଭୃଣ ହତ୍ୟା
ଅଥବା ମିଳେ ପଲିଥିନ୍‌ ଜରିରେ ବନ୍ଧା
ଅଳିଆଗଦା ବା ରେଳ ଧାରଣା ନିକଟରୁ
ପୁଣି ବିଦ୍ୟାଳୟେ ଅବା ଶୁନ୍‌ଶାନ୍ ଜାଗାରେ
ପଡ଼େ ସେ କାମୁକ ଆଖିରେ
ତ‌ଥାପି ସରେନା ତା’ର
କାହାଣୀ ସେଇଠି
ଯୌତୁକ ନିଆଁରେ ସେ ପୋଡ଼ି ହୋଇଯାଏ
ଅଥବା ହୁଏ ସେ ପତି ପରିତ୍ୟକ୍ତା ।
ପରିଣତ ବୟସରେ ବି
ସରେନା ଦୁଃଖ କାହାଣୀ
ଯେଉଁଠି ପରିବାର ହୁଏନା ଆପଣାର
ସେ ହୁଏ ଅସ‌ହାୟା ବୃଦ୍ଧାଶ୍ରମର
ସତରେ ସେ କ’ଣ ଅଲୋଡ଼ା??

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...