You are currently viewing ଶେଫାଳି
ଶେଫାଳି

ଶେଫାଳି

ତୁମେ ଯେମିତି ଝରିଯାଅ
ସକାଳ ହେବା ପୂର୍ବରୁ
ସ୍ୱପ୍ନ ମୋର ହଜିଗଲା
ନିଦ ଭାଙ୍ଗିବା ଆଗରୁ ।

ତୁମେ ଯେମିତି ଝରିଯାଅ
ପ୍ରସ୍ଫୁଟିତ ବୃନ୍ତରୁ
ସ୍ୱପ୍ନ ସ୍ଵପ୍ନସବୁ ଝରିଲେଣି
ଲୁହ ହେଇ ମୋ ଆଖିରୁ ।

ଅବଶୋଷ ନାହିଁ କି ତୁମର
ବଞ୍ଚିତ ହେଲ ଅର୍ଚ୍ଚନାରୁ
ମୁଁ କିନ୍ତୁ କାନ୍ଦୁଛି
ଆଉ ଜିଉଁଛି ମରୁ ମରୁ ।

ସମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।