You are currently viewing ଜାଣି ପାରୁନି
ଜାଣି ପାରୁନି

ଜାଣି ପାରୁନି

ଏମିତି ରଙ୍ଗ ଲାଗିଛି ଦେହରେ
କରି ପାରୁନାହିଁ କିଛି
ସଞ୍ଜ ଆକାଶରେ ସୂର୍ଯ୍ୟ ମୁଁ ଦେଖୁଛି
ଚିନ୍ତା ତ କରୁଛି ବସି ।

ବୈଶାଖର ଖରା ଭଲ ଲାଗୁଛି
କଣ୍ଟା ଲାଗେ ଫୁଲ ପରି
ସରମ ଫରମ ହଜିତ ଯାଇଛି
ବଞ୍ଚିଅଛି ମରି ମରି ।

ଶ୍ରାବଣର ବର୍ଷା ଆଘାତ ଦଉଛି
ଦିନରେ ଶୋଉଛି ଘୋଡି
ସ୍ୱର୍ଗ ପାରିଜାତ ଆଣିବାକୁ ଜିବି
ସାଇକେଲ ମୋର ଚଢ଼ି ।

ପକ୍ଷୀ ପରି ଡେଣା ଲଗାଇ ବୁଲିବି
ଭାବେ ମୁଁ ଏମିତି କଥା
ଛକି ଛକି ଯାଇ ପ୍ରଜାପତି ଧରେ
ଫୁଲକୁ ଜଣାଏ ବ୍ୟଥା ।

– ରାଜେଶ କୁମାର ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ କୁମାର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।