You are currently viewing ମନୁଷ୍ୟ
ମନୁଷ୍ୟ

ମନୁଷ୍ୟ

କାଗଜ ଟୁକୁଡ଼ା ସାଇତିଲୁ ବୋଲି
କାହିଁକି ତୋ ଏତେ ଅହଂକାର,
କାଗଜର କ’ଣ ହେବ
ତରଳି ଯାଏ ଏଇଠି ଲୌହ ପଥର ॥

ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ବଳି ଦେଇ
ଗଢ଼ି ଦେଲୁ ଅଟ୍ଟାଳିକା,
ସେବା ଭାବ ପାଇଁ ସମୟ ତୋ ନାହିଁ
ତୁହି ସ୍ୱାର୍ଥପର ଏକା
ତୁହି ସ୍ୱାର୍ଥପର ଏକା ॥

ଅନ୍ୟର ସେବା ପାଇଁ ଜନମିଥିଲୁ
ଭୁଲିଗଲୁ ତୁ ତୋ କର୍ମ
ଜାତି ପ୍ରଥା ନାଁ’ରେ ଝଗଡ଼ା କରାଇ
ବିବାଦରେ ଆଣୁ ଧର୍ମ
ଏ କି ତୋ ଜନ୍ମ
କହ ଏ କି ତୋ ଜନ୍ମ !

ଜନ୍ମ ନିଶ୍ଚିତ ମୃତ୍ୟୁ ବି ନିଶ୍ଚିତ
କେହି ନୁହଁ ଏଇଠି ଅମର
ସଦକାର୍ଯ୍ୟ ଯଦି କରିଥିବୁ ତୁହି
ହେବୁ ସମ୍ମାନର ଭାଗିଦାର
ହେବୁ ସମ୍ମାନର ଭାଗିଦାର ॥

ଜଗନ୍ନାଥ ଚୌଧୁରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜଗନ୍ନାଥ ଚୌଧୁରୀଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ଜଣେ ସମାଜସେବୀ ଓ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।