selfie

ସେଲଫି

ହଠାତ୍ କି ନିଦ ଭାଙ୍ଗିଗଲା ଅନନ୍ଦିତାର । ମୋବାଇଲଟାକୁ ଅନ୍ଧାରରେ ଅନ୍ କରିକି ଦେଖେ ତ’ ଭୋର ୪ଟା ୩୦ ମିନିଟ ହେଇଛି । ଲାଇଟ ଲଗେଇ ଚେୟାରରେ ବସିଲା ଯାଇ ତା’ ନିୟମିତ ଢଙ୍ଗରେ । ଶୁଷ୍କ ଓଠ ସାଙ୍ଗକୁ ଆଖି ଦୁଇଟି ଫୁଲି ଯାଇଥାଏ, ମୁଣ୍ଡର ବାଳ ପୁରା ଅସ୍ତବ୍ୟସ୍ତ । ଘରଟା ପୁରା ଶୂନଶାନ, ତାକୁ ଛାଡ଼ି ଏଇ ଘରେ ଏବେ କେହି ବି ରୁହନ୍ତିନି । ଖଟଟା ଉପରକୁ ଟିକେ ନଜର…

ଅଧିକ ପଢ଼ନ୍ତୁ
Gaon Tutha

ଗାଁ ତୁଠ

କେଉଁକାଳରୁ ଏ ତୁଠଟା ଏମିତି ମୂକସାକ୍ଷୀ ହେଇ ଛିଡ଼ା ହେଇଛି ଗାଁ ମୁଣ୍ଡରେ । ଖାଲି ଅପବାଦ ଯେ ମୁଣ୍ଡେଇଛି ତା’ ନୁହେଁ, କିଛି ପ୍ରଶଂସା ବି ସାଉଁଟିଛି ସମୟର ସୁଅରେ । କେବେ ବିଚଳିତ କିମ୍ବା ବିବ୍ରତ ହେଇନି ଏ ଘାଟ । ଅନେଶତ ମସିହା ମହାବାତ୍ୟା ହେଉ କି ଅଶୀ ମସିହା ମରୁଡ଼ି, ଗାଁ ଯାକର ଦୁଃଖ ସୁଖକୁ ମୁଣ୍ଡେଇ କେବେ ବି ଭାରାକ୍ରାନ୍ତ ହେଇନି । କେଇଖଣ୍ଡ ବାଉଁଶକୁ ଯୋଡ଼ି ଆରମ୍ଭ ହେଉଥିବା…

ଅଧିକ ପଢ଼ନ୍ତୁ
Gupchup

ଗୁପଚୁପ

ଗଣେଶ ପୂଜା ଆଉ ଦୁଇ ଦିନ ବାକି ଅଛି । ରାସ୍ତାରେ ନାହିଁନଥିବା ଗହଳି । ସମସ୍ତେ ପୂଜା ଲାଗି କିଣାକିଣିରେ ବ୍ୟସ୍ତ । ଚାରିଆଡ଼େ ଗୋଟେ ଖୁସିର ବାତାବରଣ । ଦଳ ଦଳ ହେଇ ପୁଅ ଝିଅ ସବୁ ଦୁଇ ଚକିଆ ଗାଡି ପେଁ ପାଁ କରି ରାସ୍ତାରେ ଛୁଟିଛନ୍ତି, କାହାରିକୁ ତାଙ୍କର ଖାତିର ନାହିଁ । ସନ୍ଧ୍ୟା ସମୟ ହେଲାଣି । ରାସ୍ତା ପାର ହେଇ ଘରକୁ ଯିବ ବୋଲି ଶୋଭା ଠିଆ ହେଇଚି…

ଅଧିକ ପଢ଼ନ୍ତୁ
Rama-Rajya Marinahi

ରାମରାଜ୍ୟ ମରିନାହିଁ

“ଝାଡ଼ୁ ନବ ମା’ ଝାଡ଼ୁ“– ଏମିତି ଡାକି ଡାକି ଡିସେମ୍ବର ମାସର ଏକ ଶୀତୁଆ ସକାଳରେ ସେ ଗେଟ୍ ଖୋଲି ପଶିଆସିଥିଲା । ମୁଁ ପଚାରିଥିଲି “ମୋ ପାଖରେ କିଛି ନଡ଼ିଆ ଖଡିକା ଅଛି, ତୁମେ ଝାଡୁ ବାନ୍ଧି ଦେଇପାରିବ?” ସେ ଅତି ସହଜରେ ରାଜି ହୋଇ ଆମ ଘର ବାରଣ୍ଡାରେ ଜାଗାଟିଏ ଖୋଜି ବସିପଡ଼ିଲା । ଦୁଇଟା ଝାଡ଼ୁ ବାନ୍ଧିବା ପରେ ମୋତେ ପାଣି ଗ୍ଲାସଟିଏ ମାଗିଲା । ଆଉ ମୁଁ ଗ୍ଲାସଟି ତା’ ହାତକୁ…

ଅଧିକ ପଢ଼ନ୍ତୁ
amba

ଆମ୍ବ

ପ୍ରଚଣ୍ଡ ଖରାଦିନେ ପାୱାର କଟ୍ !! ଓଃ ଯଉ ଡହଳ ବିକଳ ଲାଗେ ଆଉ କୁହନ୍ତୁନି । କିନ୍ତୁ ଟିଭି, ମିଉଜିକ ପ୍ଲେୟାର ଆଉ ପଙ୍ଖାର ଘାଉଁ ଘାଉଁ ବନ୍ଦ ହେଇଗଲା ବେଳେ ମନେ ପଡ଼େ ସେଇ ପିଲାବେଳ କଥା । ଲାଇନ କଟିଗଲେ ଯାଇ ବୁଢ଼ାବାପାଙ୍କ ଖଟରେ ଡିଆଁ ମରା ହେଉଥିଲା । ତାଙ୍କୁ ଦି’ପହରିଆ ନିଦରୁ ଉଠେଇ ଗପ କୁହ ବୋଲି ଫରମାଇଶ ହଉଥିଲା । ମୋ ବୁଢ଼ାବାପାଙ୍କୁ ଗପ କହି ଆସୁନଥିଲା ।…

ଅଧିକ ପଢ଼ନ୍ତୁ