ଶରତର ଆଗମନେ

ଶରତର ଆଗମନେ

ଅଶିଣ ଆକାଶେ ରୂପା ଜହ୍ନ ହସେ ରୂପେଲୀ ଜୋଛନା ବୁଣି, ତମସାକୁ ଚିରି ନାଚେ ଥିରି ଥିରି ରୂପସୀ ରଜନୀ ରାଣୀ ॥ ନଦୀ ପଠା ଦେହେ କାଶତଣ୍ଡୀ ମୋହେ ଶୁଭ୍ର ମୁକ୍ତକେଶି ହେଇ, ଶୀତଳ ମରୁତେ ଖେଳିଣ ମରତେ ହୃଦୟକୁ ଯାଏ ଛୁଇଁ ॥ ପାର୍ବଣ ଋତୁରେ ଫୁଟି ମରତରେ ଦିଏ ଶାନ୍ତିର ବାରତା, ଦୁର୍ଗତିନାଶିନୀ ମହିଷାମର୍ଦ୍ଧିନୀ ଆସିବେ ବୋଲି ଯେ ମାତା ॥ ସବୁଜିମା ଦେଖି ଆଖିଯାଏ ଲାଖି ମହକେ ପୁଷ୍ପ ଉଦ୍ୟାନେ, ପ୍ରକୃତିର…

ଅଧିକ ପଢ଼ନ୍ତୁ
ଶୂନ୍ୟତା

ଶୂନ୍ୟତା

କିଛି ତୁନି ତୁନି କିଛି ଚୁପି ଚୁପି ଶବ୍ଦ କହିଯାଏ ଶୂନ୍ୟତା ମତେ । ଭାଗ୍ୟ ନୁହେଁ ପ୍ରାରବ୍ଧ ନୁହେଁ ଶତ ସହସ୍ର ଯୁଗର ପ୍ରେମିକ ସେ ସତେ !! କିଛି ଭିନ୍ନ କିଛି ଅଭିନ୍ନ କେବେ ପୂର୍ଣ୍ଣଛେଦ ନାହିଁ ଖାଲି ପ୍ରଶ୍ନଚିହ୍ନ । କାହିଁକି କେମିତି କେଜାଣି ଜାଣେନା ଯିଏ ସଙ୍ଗେ ଥିଲେ ହାତ ଛାଡ଼ିଦେଲେ, ନିସ୍ତବ୍ଧତାର ରଙ୍ଗରେ ରଙ୍ଗେଇ ମତେ ଶୂନ୍ୟତା ଯେମିତି ପ୍ରେମିକ ମୋ ସତେ !!

ଅଧିକ ପଢ଼ନ୍ତୁ
Shishira Shobha

ଶିଶିର ଶୋଭା

ଶିଶିର ଆକାଶେ ଶଶଧର ଦିଶେ ଶୁଭ୍ର ମେଘଖଣ୍ଡ ଭାସୁଛି ଶ୍ୱେତବର୍ଣ୍ଣର କାଶତଣ୍ଡି ଫୁଲେ ଶ୍ମଶାନ ବାଲିପଠା ହସୁଛି । ଶତହ୍ରଦା (ବିଜୁଳି) ଆଉ ନଭେ ଚମକୁନି ଶୁନାଶୀର ଗରବେ ହସୁନି ଶୀତାତପ ଦାଉ ଅସହିଷ୍ଣୁ ନୁହେଁ ଶ୍ରମ ଝାଳ ଆଉ ବୋହୁନି । ଶଫରୀ (କେରାଣ୍ଡି) ଡେଉଁଛି ଅତି ଗରବରେ ଶସ୍ୟକ୍ଷେତେ ଗଣ୍ଡେ ଜଳରେ ଶାଳିଧାନ ସବୁ ଉଙ୍କି ମାରିଲାଣି ଶାରଦ ନୈବେଦ୍ୟ ଆଶରେ ଶତମୂଳା (ଦୂବଘାସ) ସବୁ କଅଁଳି ହସୁଛି ଶୋଭିବ ଶାରଦା ଶିରରେ ।…

ଅଧିକ ପଢ଼ନ୍ତୁ
prema

ପ୍ରେମ

ପ୍ରେମ ଯେ ସଜାଏ କାହା ଆଖିରେ ସ୍ୱପ୍ନ ଜୋଛନାର ଜହ୍ନରାତି ପ୍ରେମ ଯେ ସଜାଏ କାହା ତନୁରେ ଭ୍ରମ ଅଦେଖା ଅଶ୍ରୁର ତାତି ॥ ସାଉଁଟି ସାଉଁଟି ଖୋଜୁଥାଏ ସେ ତ ଶାମୁକା ଭିତରୁ ମୋତି ହୃଦୟ ମନ୍ଦିରେ ଜାଳୁଥାଏ ବସି ପ୍ରେମ ପାଇଁ ନିତି ବତୀ ପ୍ରଣୟ ପସରା ଭେଟି ସେ ସାଉଁଟି ଲୋଡ଼ି ବସେ ପାଶେ ସାଥୀ ॥ ସପନ ତ ଭାଙ୍ଗେ ସମୟ ତ ବିତେ ଭରିଯାଏ ମନେ କୋହ କେତେ ଯେ…

ଅଧିକ ପଢ଼ନ୍ତୁ
ମୁଖାବରଣ

ମୁଖାବରଣ

ହେ ମୁଖାବରଣ !! ତୁମେ ସତ୍ୟର ଆବରଣ, ସତେ ଯେମିତି ଲାଲ୍ ଟହଟହ ଲୋଭନୀୟ ମହାକାଳ ଫଳ, ବାହ୍ୟ ଉପଢୌକନର ଚାକଚକ୍ୟରେ ଲୁଚାଇ ଦେଇଛ ନିଜ ଅସ୍ତିତ୍ୱକୁ । ଶୁଣିଛି ଚେହେରାରୁ ଜାଣିହୁଏ ହୃଦୟର କଥା, ଚେହେରା ସାଜିଯାଏ ମନର ଆଇନା… କିନ୍ତୁ ହେ ମୁଖାବରଣ, କେମିତି ସାଜ ଏତେ ଶକ୍ତିଶାଳୀ ତୁମେ !! କେମିତି ଆବୃତ୍ତ କରିପାର ଚେହେରାର ମୌଳିକତାକୁ ନିଜ ଭିତରେ… କେମିତି ଆଙ୍କିପାର ମିଥ୍ୟାଭିମାନର ହସ, ଆଉ ଦେଖାଇ ପାର ଦାମ୍ଭିକତାର ପରାକାଷ୍ଠା……

ଅଧିକ ପଢ଼ନ୍ତୁ