କେତେ ଦିନକୁ ମନ

କେତେ ଦିନକୁ ମନ

କେତେ ଦିନକୁ ମନ କରୁ ତୁ’ରେ ଗରବ କରମ ଘେନି ଫଳ ଦେଉଛିରେ ଦଇବ । ଖଳ ଅଳସୁଆ ହୋଇ ବିତାଉ ତୁ ଦିନ ଖଟ ପଲଙ୍କେ ଶୋଇ ଦେଖୁ ମିଛ ସପନ । ଗର୍ଜନ କରୁ କେତେ ଦେଖାଇ ବାହାଦୁରି ଗଡ଼ ଜିଣିବା ପାଇଁ ସାଜୁରେ ତୁ ବଇରୀ । ଘନିଷ୍ଠତା ଭୁଲି ସ୍ୱାର୍ଥେ ଥାଉ ସଦା ରତ ଘୋଷଣା ସବୁ ମିଛ କରୁ ଅନବରତ । ଚବିଶ ଘଣ୍ଟା ରହୁ ତୁ ଧନ ଅରଜନେ…

ଅଧିକ ପଢ଼ନ୍ତୁ
ବାଟ୍‌

ବାଟ୍‌

ଘରୁ ବାହାରିଲେ ଦେଖ୍‌ସୁଁ ପଡ଼ିଛେ କେତ୍‌ନିକେତେ ବାଟ୍‌ ଉସାର୍‌ ସାଁକୁର୍‌ ଖାଲ୍‌ ଢିପ୍‌ ଭରା ବଁକା ଆଉର୍‌ ଛାଟ୍‌ ବାଟ୍‌ ସବୁ ଫେର୍‌ ଯୁଡ଼ାଯୁଡ଼ି ହେଇ ବନିଛେ ବାଟର୍‌ ଜାଲ୍‌ ଯେନ୍‌ ଆଡ଼୍‌କେ ଘିଚିହେସି ପାଦ୍‌ ସେହି ବାଟ୍‌ ମାଡ଼ି ଚାଲ୍‌ ବାଟ୍‌ ଦୁହି ତରେଁ ଘର୍‌ ଦୁକାନ୍‌ ବସିଛେ ବଡ଼୍‌କା ହାଟ୍‌ ଯେନ୍‌ ବାଟେ ଥିସି ଗଛର୍‌ ଗୁହୁଡ଼ି ଗୁଟେକେ ବି ନାଇଁ କାଟ୍‌ କାହିଁ ବି ଯିବାର୍‌ ନାଇଁଥିଲେ ମିଶେ ବାଟ୍‌କେ ଆଏସୁଁ ଚାଲି…

ଅଧିକ ପଢ଼ନ୍ତୁ
ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ ସ୍ୱଳ୍ପ ସମୟ ବ୍ୟବଧାନରେ ମନରେ ଥିବା ଅସୁମାରୀ ସ୍ୱପ୍ନଗୁଡ଼ାକ ପ୍ରସ୍ଫୁଟିତ ହେବାକୁ ଚାହିଁ ରହିଛନ୍ତି । ଏଇ ମାତ୍ର ଆରମ୍ଭ ତୁମ ସହ କିଛି ଦିନ ତଳେ ଦେଖା କେଇପଦ କଥା, କିଛି ଥଟ୍ଟାମଜା ଯେମିତି ଜନ୍ମ ଜନ୍ମାନ୍ତର ଲାଗି ଆପଣାର । ଏଇ ମାତ୍ର ଆରମ୍ଭ ଜୀବନକୁ ନୂଆ କରି ଗଢ଼ିବାର ଅଛି ସମୟର ଗତିପଥେ ଚାଲିବାର ଅଛି ଶେଷ ସମୟଯାଏଁ ଜୀବନକୁ ଭଲପାଇବାର ଅଛି । ଏଇ ମାତ୍ର ଆରମ୍ଭ…

ଅଧିକ ପଢ଼ନ୍ତୁ
ସ୍ମୃତି ଓ ସ୍ଥିତି

ସ୍ମୃତି ଓ ସ୍ଥିତି

ଜୀବନର ଶେଷ ସୋପାନରେ, ରହିଛି ତୁମ ଅପେକ୍ଷାରେ… କେମିତି ଭୁଲିଲ ସେଇ ଅଭୁଲା ଦିନ, ମୋ ସୁନା ଧନ….. ପ୍ରେମ କରିଥିଲି ଭିଜିବା ପାଇଁକି, ସମ୍ପୂର୍ଣ୍ଣ ଗଲି ମୁଁ ଭାସି… କେମିତି ବଞ୍ଚିବି ଦୁନିଆ ବୁକୁରେ, ତମ ଘୃଣାଭାବ ନେଇ… ବଞ୍ଚିବାର କଳା କଉଶଳେ ତମେ ଥିଲ ପାରଙ୍ଗମ… ତମ ତୁଲ୍ୟ କି କେବେ ହେଇପାରିବ ତମ ପ୍ରେମିକ ଅଧମ… ଭାବୁଥିଲି ଲକ୍ଷ୍ମୀ ଆସିଥିଲ ବୋଲି, ନକହି ଚାଲିଗଲ… ଆଶାକରେ ମାଆ ବିଚାର କରିବ, ହୋଇଯିବନି ନିର୍ଦ୍ଦୟ……

ଅଧିକ ପଢ଼ନ୍ତୁ
ସତ୍ୟ କହିହୁଏନା

ସତ୍ୟ କହିହୁଏନା

ସତ୍ୟ କହିହୁଏନା ସତ୍ୟକୁ ନିଜ ଲୋକମାନେ ବି ଲୁଚେଇ ଦିଅନ୍ତି ସତ କହିଲେ ପାଗଳାମିର ଆକ୍ଷ୍ୟା ମିଳେ, ଯିଏ ନିଜ ଭୁଲ ପାଇଁ ସତ କୁହେ ନାହିଁ ସେ ହିଁ ଅନ୍ୟକୁ ଆରୋପ କରେ । ହଉ ହେଲା- ସେପରି ଲୋକଙ୍କୁ ଭୁଲିଯିବା ଦରକାର ପଡ଼ିଲେ ସେମାନେ ବରଫକୁ ନିଆଁ ବୋଲି କହିବେ, ଆରେ ଜୀବନଟା ପରା ବଡ଼ ଅମୂଲ୍ୟ ! ଖାଲି ସ୍ନେହ-ପ୍ରେମ-ଶ୍ରଦ୍ଧା ଲୋଡ଼ା ଲୋକେ ତ ସେଥିରୁ ବି ଫାଇଦା ଉଠାନ୍ତି । ସତରେ…

ଅଧିକ ପଢ଼ନ୍ତୁ