Odia Poem Antardwanda (ଅନ୍ତର୍ଦ୍ୱନ୍ଦ) by Manas Ranjan Nayak

ଅନ୍ତର୍ଦ୍ୱନ୍ଦ

ପରିବ୍ୟାପ୍ତ ଏ ସଂସାର ପରିଧି, ଆଞ୍ଜୁଳାଏ ଆୟୁଷକୁ ନେଇ ଅଶାନ୍ତ ଜୀବନ ପାରିଧି, ମୋହ ମାୟାର ଜୁଆର ଭଟ୍ଟା ପାଇ ବିସ୍ମୃତ ବିଲୁପ୍ତ ପ୍ରାୟ ଆତ୍ମପ୍ରତ୍ୟୟର ଅମୃତ ମନ୍ତ୍ର ଧ୍ୱନି ଅନ୍ତଃକରଣ ପାସୋରି ଅନୁତାପେ କାନ୍ଦୁଛୁ ବାହୁନି ବାହୁନି !…(୧) ମୁଁ କାର ଗୁଞ୍ଜନ ଛାଡ଼ି, ଓଁକାର କରତୁ ଦିବା ନିଶି ସ୍ମରଣ ଜନ୍ମ ସହ ଧ୍ରୁବ ସତ୍ୟ ମରଣ, ମୋକ୍ଷ ମିଳେ ଥିଲେ ସମର୍ପଣ ପରିବର୍ତ୍ତିତ ମୁହୂର୍ତ୍ତ ବିକାଶ ଦର୍ପଣରେ ଲାଜେଇ ଯାଆନ୍ତି ଚେତନା ଚଢ଼େଇ ଦଳ…

ଅଧିକ ପଢ଼ନ୍ତୁ
Odia Poem Kandha (କାନ୍ଧ) by Snigdha Panda

କାନ୍ଧ

ଦୁନିଆଁରେ ସଭିଙ୍କର ଲୋଡ଼ାହୁଏ କାନ୍ଧଟିଏ ପୁଅର ଲୋଡ଼ା ନିଜ କାନ୍ଧ ଚଉଡ଼ା ହେଲାଯାଏଁ ଝିଅର ଲୋଡ଼ା ଆଖିର ଆକ୍ଷେପରୁ ନିଜକୁ ଲୁଚେଇ ଦେବାକୁ ଆର ଘରକୁ ଗଲାଯାଏଁ ॥ ସ୍ତ୍ରୀ ଲୋକର ବି ଲୋଡ଼ା ପ୍ରେମ ଆଉ ଅହଙ୍କାରକୁ ଦାଣ୍ଡରେ ପ୍ରକାଶିବା ଯାଏଁ ବୟସ ବୋଝରେ କ୍ଳାନ୍ତ ବାପାଙ୍କର, ମାଆର ବି ଲୋଡ଼ାହୁଏ କାନ୍ଧ ଅନ୍ୟକୁ ଦେଖେଇବାକୁ ସବୁ ଭଲ-ମନ୍ଦ ବେଳକୁ ॥ ଜିଇଁଥିବା ସବୁ ଲୋକର ଲୋଡ଼ା କାନ୍ଧଟିଏ ଉପରକୁ ଉଠିବାକୁ ପାପକୁ ଲୁଚେଇବାକୁ ଆଉ…

ଅଧିକ ପଢ଼ନ୍ତୁ
Odia Story Dress Pindha Sabitri (ଡ୍ରେସ୍ ପିନ୍ଧା ସାବିତ୍ରୀ) by Sudeep Rohan Bagh

ଡ୍ରେସ୍ ପିନ୍ଧା ସାବିତ୍ରୀ

ସାବିତ୍ରୀ ବ୍ରତ ସଧବାର ଦାୟିତ୍ଵଠୁଁ ଗର୍ବ ବେଶୀ । ମଥାରେ ଝଟକୁ ଥିବା ସିନ୍ଦୂରକୁ ନାଇ ଜୁଇକୁ ଯିବାକୁ ଇଚ୍ଛା ବ୍ରତର ନିଷ୍ଠାକୁ ଦୁଇ ଗୁଣ କରେ । ବର୍ଷକୁ ଥରେ ବାପ ଘରୁ ମିଳିଥିବା ଶାଢ଼ୀ ଶଙ୍ଖା ସିନ୍ଦୂରକୁ ପୂଜା କରି ନୂଆ ନାଇ, ସଜେଇ ହେଇ, ସ୍ୱାମୀର ଆୟୁଷକୁ ନିଜଠୁଁ ବଢ଼ାଇବାକୁ କାମନା କରୁଥାଏ ନାରୀ । ପୁରୁଷ ହିସାବରେ ନାରୀର ନିଷ୍ଠାକୁ ବ୍ୟକ୍ତ କରିବାକୁ ମୋ ପାଖରେ ଅଧିକ ଶବ୍ଦ ନାହିଁ ଯଦିଓ ତଥାପି ଭାବନାରେ ଅନେକ…

ଅଧିକ ପଢ଼ନ୍ତୁ
Odia Poem Kebala Saswata (କେବଳ ଶାଶ୍ୱତ) by Sabita Satapathy

କେବଳ ଶାଶ୍ୱତ

ଜୀବନ ଜିଜୀବିଷା ଖୋଜୁଥାଏ ଅହର୍ନିଶ ଭଲ ପାଇବାର ଦରୋଟି ଭାଷା ପ୍ରେମରେ ପୂର୍ଣ୍ଣତା ହିଁ ଜାଗ୍ରତ କରେ ବିଶ୍ୱାସ ଓ ଆସ୍ଥା ନୂତନ ସମ୍ଭାବନାର ଆଶା । ବାସନା ଭରା ପ୍ରେମ ଅବା ଲୋଲୁପତାର ଆୟୁଷ ବା କେତେ? ଅପଲକେ ଧରାଶାୟୀ ହୁଏ ଧୂମକେତୁ ପରି, ଅକ୍ଷମ ଆବେଗମାନେ ଛଟପଟ ହୁଅନ୍ତି ବାସି ବିଛଣାରେ… ପ୍ରତାରଣାର ଆଘାତରେ ବ୍ୟାପ୍ତ ହୁଏ ଆକାଶ ଉନ୍ମୁଖି ପ୍ରଲମ୍ବିତ ତିମିରତା । ଫଗୁଣର ସ୍ୱପ୍ନ ସବୁ ଉର୍ବଶୀର ଗାଁରେ ପାଲଟି ଯାଆନ୍ତି ଲୁହର ଚିରସ୍ରୋତା…

ଅଧିକ ପଢ଼ନ୍ତୁ
Odia Poem Tote Bhala Paichhi (ତୋତେ ଭଲ ପାଇଛି) by Manas Ranjan Dash

ତୋତେ ଭଲ ପାଇଛି

ଲେଖିଥିଲି ଅନେକ ଚିଠି ଦେଇ ପାରି ନାହିଁ ଓଠ ଯାଏ ଆସିଥିଲା ନାଆଁ କହି ପାରି ନାହିଁ ଛାତି ତଳେ କେଉଁଠି ଲୁହର ନଈଟେ ଏ ଯାଏଁ ସାଇତା ବହି ପାରି ନାହିଁ ତୋ’ ପାପୁଲିର ଅତି ପାଖକୁ ଯାଇଛି ପାପୁଲି ଛୁଇଁ ପାରି ନାହିଁ ଦାଗ ପ୍ରତାରଣାର ଖୁବ୍ ପକ୍କା ଥିଲା ବୋଧେ କେତେ ଶ୍ରାବଣ ଆସିଲା, ଗଲା ଧୋଇ ପାରି ନାହିଁ ତତେ ଭଲ ପାଇବା ପରେ ବି ମୁଁ ଆହୁରି ଭଲ ପାଇଛି…

ଅଧିକ ପଢ଼ନ୍ତୁ