ସ୍ୱଭାବ କବି ଗଙ୍ଗାଧର ମେହେର
ଗଙ୍ଗାଧର ମେହେର ଜନ୍ମରୁ ଉଚ୍ଚ ଶିକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ତଥା ୧୮୬୨ମସିହାର ଅଗଷ୍ଟ ମାସ ୯ ତାରିଖରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗଙ୍ଗାଧର ବାଲ୍ୟକାଳରୁ କବିତା ଲେଖିବା ଆରମ୍ଭ କରିଥିଲେ ।…