୨୨ଶ ସଂସ୍କରଣ
୨୦୨୧ ମସିହାର ଜାନୁଆରୀ ମାସରେ ଶୁଭପଲ୍ଲବର ୨୨ଶ ସଂସ୍କରଣ ପ୍ରକାଶ ପାଇଥିଲା । ୬୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୧ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
୨୦୨୧ ମସିହାର ଜାନୁଆରୀ ମାସରେ ଶୁଭପଲ୍ଲବର ୨୨ଶ ସଂସ୍କରଣ ପ୍ରକାଶ ପାଇଥିଲା । ୬୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୧ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
ସୁସ୍ଥ ସାମାଜିକ ଜୀବନରେ ଆଜି ଆସେ ନାନା ବିପର୍ଯ୍ୟୟ, ନିଶାସେବନ ପ୍ରମୁଖ କାରଣ କରିବାକୁ ହେବ ଜୟ ।୧। ଛୋଟ ବଡ଼ ଯେତେ ମାଦକ ଦ୍ରବ୍ୟ ହିଁ କରଇ ନଷ୍ଟ ଜୀବନ, ସାମାଜିକ ଜୀବନକୁ କରେ ରୁଗ୍ଣ ହେବା ସର୍ବେ ସଚେତନ ।୨। କୁସଙ୍ଗରେ ପଡ଼ି କୁଅଭ୍ୟାସ ବଳେ କେ’ କରେ ନିଶା ସେବନ, କାହା ବଡ଼ ଲୋକୀ ଆଭିଜାତ୍ୟର ଅଟେ ଏହା ନିଦର୍ଶନ ।୩। ଶାରୀରିକ ଶ୍ରମ ଲାଘବ ନିମନ୍ତେ ଆଉ କେ’କରେ ସେବନ, ଯେଉଁ ଭାବେ ଯିଏ ହେଉନା…
ପ୍ରାଚୀନ କାଳର ଗୁରୁକୁଳାଶ୍ରମ ଶ୍ରେଷ୍ଠ ଶିକ୍ଷା ନିଦର୍ଶନ, ପୂର୍ଣ୍ଣାଙ୍ଗ ଜୀବନ ନିର୍ମାଣରେ ତାହା ଲଭିଥିଲା ଶ୍ରେଷ୍ଠ ସ୍ଥାନ ।୧। ଅରଣ୍ୟ ମଧ୍ୟରେ ଗୁରୁ ଆଶ୍ରମରେ ରମ୍ୟ ପ୍ରକୃତି କୋଳରେ, ଛାତ୍ରଛାତ୍ରୀମାନେ କରୁଥିଲେ ଶିକ୍ଷା ଦୃଢ଼ ଶୃଙ୍ଖଳା ମଧ୍ୟରେ ।୨। କଠୋର ସଂଯମ ସାଧନା ମାଧ୍ୟମେ କରନ୍ତି ଶିକ୍ଷା ଗ୍ରହଣ, କର୍ମଭିତ୍ତିକ ନାନାବିଧ ଶିକ୍ଷା କରନ୍ତି ଗୁରୁ ପ୍ରଦାନ ।୩। ସମିଧ ସଂଗ୍ରହ ଫଳପୁଷ୍ପ ସହ ଗୋଚାରଣ ଗୋଦୋହନ, ଶିଷ୍ୟ ଭାବେ ସେହି ଗ୍ରାମ ନଗରରେ କରନ୍ତି ଭିକ୍ଷା ଗ୍ରହଣ ।୪। ପୁସ୍ତକ ଗତ…
ଗଛ ଲତା ବିହୀନ ଜୀବନର ପନ୍ତାର ଭୂମିରେ ଅପେକ୍ଷା ଆଜି ପ୍ରଶ୍ନବାଚୀ କଣ୍ଟା ହୋଇ ମୋ ଶରୀରକୁ ଲହୁରେ ଭିଜାଉଛି ପୁଣି ଆଖିକୁ ଅଶ୍ରୁରେ ଦେଉଛି ସାଜି । ଆଖିର ଆଭୂଷଣ ହୋଇଛି ଲୁହ ହୃଦୟ ମୋ ଧର୍ଯ୍ୟ ହରା ଅପେକ୍ଷା ଖେଳୁଛି ଲୁଚକାଳି ପୁଣି କରି ମୋତେ ବେସାହାରା । ଅପେକ୍ଷା ନେଉଛି ଧୈର୍ଯ୍ୟର ପରୀକ୍ଷା ଜାଣିନି କି ହେବି ଉତ୍ତୀର୍ଣ୍ଣ ପରୀକ୍ଷା ଖାତାକୁ ଲୁହରେ ଭିଜାଇ ଅବସ୍ଥା ମୋ ଜୀର୍ଣ୍ଣସୀର୍ଣ୍ଣ । ପ୍ରତି ପାଦେ ଝରେ ଲୁହ ଲହୁ…
ଭଦ୍ରକ (୧୬ ଡିସେମ୍ବର ୨୦୨୦): ଆଜି ଧନୁ ସଂକ୍ରାନ୍ତି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୩ୟ ସଂସ୍କରଣରେ ସମୁଦାୟ ୧୫ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି । ଏହି ସଂସ୍କରଣଟିର ପ୍ରଚ୍ଛଦରେ ସ୍ଥାନିତ ହୋଇଛି କୁହୁଡ଼ି ଭରା ଏକ ଶୀତ ସକାଳେ ଗାଁ’ର ଦୃଶ୍ୟ । ଏହି ସଂସ୍କରଣଟିର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ।…