୨୬ଶ ସଂସ୍କରଣ
୨୦୨୧ ମସିହାର ମଇ ମାସରେ ଶୁଭପଲ୍ଲବର ୨୬ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୭ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
୨୦୨୧ ମସିହାର ମଇ ମାସରେ ଶୁଭପଲ୍ଲବର ୨୬ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୭ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
ତୁମେ ହିଁ ଜୀବନ ତୁମେ ହିଁ ପ୍ରାଣ ତୁମେ ଜୀବନର ଆଧାର, ତୁମେ ଜଳ ତୁମ ବିନା ଏ ସାରା ଜଗତ ହୁଏ ହାହାକାର । ଟୋପାଏ ଜଳରେ ଛୋଟ ଚାରାଟି ବୃକ୍ଷରେ ପରିଣତ ହୁଏ, ସେହି ବୃକ୍ଷ ବର୍ଷାଜଳ ପୃଥିବୀକୁ ଆଣିବାରେ ସାହାଯ୍ୟ କରାଏ । ଜଳ ବିନା କୃଷି ହୁଏ ନାହିଁ ସମ୍ଭବ କୃଷକକୁ ଲୋଡ଼ା ନୀର, କୃଷିକାର୍ଯ୍ୟଠାରୁ କଳ କାରଖାନା ସବୁଠି ଜଳ ଦରକାର । ହେ ସାରା ବିଶ୍ଵ ମାନବ ସଚେତନ…
ଓଡ଼ିଆ ଅମେରେ ସବୁରି ଆଗରେ, ଉର୍ଦ୍ଧେ ଆମରି ମଥା । ଗରବେ କହିବା ଓଡ଼ିଆ ଆମେରେ ଓଡ଼ିଆ ମୋ ମାତୃଭାଷା । ଆମରି ଠାକୁର ଜଗତରନାଥ ନୀଳାଦ୍ରି ନୀଳାଚଳ, ସରଗେ ସେ ମହୋଦଧି ଉତ୍କଳ ଜନନୀର ପଦଧୌତ କରେ ସରିତ୍ ସେ ମହାନଦୀ । ଆମରି ମାଟିର ଭଞ୍ଜ ଗୋପବନ୍ଧୁ ଦାୟଦ ଆମେ ତାଙ୍କରି ବଜିଆ ରକତ ବହୁଛି ଏ ଦେହେ ହେବରେ କେ ଆମ ସରି । ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ ନୂଆଁଇଛି ତା’ର…
ଗାଳ୍ପିକ ପ୍ରମୋଦ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ “ଶଙ୍ଖନାଦ” ପଢ଼ିବାର ସୁଯୋଗ ପାଇଲି । ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ୧୬୦ ପୃଷ୍ଠାର ଗଳ୍ପ ସଂକଳନଟିର ପ୍ରଚ୍ଛଦପଟ ମନଲୋଭା ହୋଇଛି । ଏଥିରେ ଥିବା ଆଠଟି ଗଳ୍ପ ଦ୍ୱାରା ସମାଜର ବାସ୍ତବିକତା ଓ ବିଭିନ୍ନ ପ୍ରକାରର ମନୁଷ୍ୟର ଚିନ୍ତାଧାରାକୁ ଲେଖକ ପ୍ରକାଶ କରି ସମାଜକୁ ସଚେତନତାର ବାର୍ତ୍ତା ଦେବାକୁ ପ୍ରଚେଷ୍ଟା କରିଛନ୍ତି । ପ୍ରଥମ ଗଳ୍ପ “ଆଦିକନ୍ଦ ମାଧବ” ଜୀବନ ଦର୍ଶନ ଉପରେ ପର୍ଯ୍ୟବେଷିତ । “ମୁଁ”ର…
ଗୁଜୁରାଟରେ ଜନ୍ମ ହୋଇଥିବା ଇଂରାଜୀ ମିଡିୟମର ସ୍କୁଲର ଷ୍ଟାଣ୍ଡାର୍ଡ-୨ରେ ପଢ଼ୁଥିବା ମୋ ପୁତୁରା ବାପି ଭାରତ ମାନଚିତ୍ରରେ ଓଡ଼ିଶାର ସୀମାରେ ହାତ ଲଗାଇ ମୋତେ ପଚାରିଲା, “ଦାଦା, ଏଇଟା ଓଡ଼ିଶା ନା ! ଆମ ମାତୃଭୂମି ପରା ଓଡ଼ିଶା ।” ନୀଳ ଚିହ୍ନିତ ଅଂଶକୁ ହାତ ଲଗାଇ କହିଲା, “ଏଇଟା ଚିଲିକା ଆଉ ପାଖରେ ଥିବା ମନ୍ଦିରକୁ ହାତ ଲଗାଇ କହିଲା ଏଇଟା ଶ୍ରୀମନ୍ଦିର ତ ଦାଦା ! ଜଗନ୍ନାଥ ପରା ଆମ ବଡ଼ଠାକୁର ଅନେକ ମହିମା…