Nijaku Khoju Khoju

ନିଜକୁ ଖୋଜୁ ଖୋଜୁ

ଅନେକ ଥର କଲମ ଧରେ ମନ ଭିତରେ ଥିବା କଥା ସବୁ ଲେଖିବା ପାଇଁ । ହେଲେ ନିଜ ମନ ଭିତରେ ନିଜକୁ ଖୋଜୁ ଖୋଜୁ କେଜାଣେ କେଉଁଠି ହଜିଯାଏ ମୁଁ । କହି ପାରେନି କଲମକୁ କି ସେ ଦେଇଦେବ ଅକ୍ଷରର ରୂପ ମୋ ମନରେ ଥିବା ଭାବକୁ ଭୟ ଲାଗେ କାଳେ କିଏ ପଢ଼ିଦେବ ଜାଣିଦେବ ମୋ ଦୁର୍ବଳତା, ପଢ଼ିଦେବ ସେ ସବୁକଥା ଯେଉଁଟା ମୁଁ କହିନି କାହାକୁ । ଅନେକଥର ପାଦ ଛନ୍ଦି ହୋଇଯାଏ ପରିସ୍ଥିତି ଆଗରେ,…

ଅଧିକ ପଢ଼ନ୍ତୁ
Akuha Katha

ଅକୁହା କଥା…

(ଉତ୍ସର୍ଗ କେବଳ ସେଇ ମାନଙ୍କୁ, ଯେଉଁମାନେ ଅନୁଭବୀ) (ଏକ) ଶାଶୂଘରୁ ବାପଘର ଯିବାର ରାସ୍ତା: ସବୁଜିମାରେ ଭରପୁର ସୁନ୍ଦର ଦୁନିଆ । ସବୁଜ କ୍ଷେତ, ଶ୍ୟାମଳ ତରୁଲତା, ବସନ୍ତ ଆଗମନରେ କୋଇଲିର ମଧୁର ଗୀତିକବିତା । ଗାଆଁ ପାଖ ନଈର କଳକଳ ଶବ୍ଦ । କଳକଳ ଶବ୍ଦ ତ ନୁହେଁ, ମୋ ପ୍ରିୟ ଗୀତର ସ୍ୱର । ଭଗବାନ ପୃଥିବୀକୁ ଖୁବ୍ ମନ ଲଗାଇ ତିଆରି କରିଛନ୍ତି, କିନ୍ତୁ ମୁଁ ଆଜି ଯାଏ ଦେଖିପାରି ନଥିଲି କେମିତି!! ଏଇ ପକ୍ଷୀମାନଙ୍କୁ କିଏ ଦେଲା…

ଅଧିକ ପଢ଼ନ୍ତୁ
Kabit o Kabita

କବି ଓ କବିତା

ପ୍ରକୃତି ଓ ପୁରୁଷର ବର୍ଣ୍ଣନ ନଦୀ ସଙ୍ଗେ ସାଗରର ମିଳନ କାଳିଦାସ ଶକୁନ୍ତଳା କାହାଣୀ କାବ୍ୟିକ ରସ ଝରେ ଦିବାରାତି ! ଅବିରତ କବିତାର ଉପମା ଅବିଶ୍ରାନ୍ତ କଳ୍ପନାର ମହିମା ଅପବାଦ କୁଳବାଡ଼ ଡେଇଁ ସ୍ୱପ୍ନନଦୀ ଅସମୟେ ହେଲା ଗର୍ଭବତୀ ! ଗୋପନ ବସନ୍ତର ବିଳାସ ସୌଦାମିନୀ ସ୍ୱପ୍ନର ଆବେଶ ସୌନ୍ଦର୍ଯ୍ୟର ପରାଣ କୁଞ୍ଜରେ ପଲ୍ଲବିତ କଳ୍ପତରୁ ଲାଜେ ପୁଷ୍ପବତୀ ! ଅଯାଚିତ ପ୍ରେମର ପ୍ରଭୁତ୍ୱ ଚାରୁ ପିୟମ୍ବଦାର ଦାସତ୍ୱ ସଂଭାବ୍ୟ ପୁରୁଷ ବିଳାସର ସମ୍ଭୋଗ ଲେଖନୀ ଆଜି ରସବତୀ ! –…

ଅଧିକ ପଢ଼ନ୍ତୁ
Kalira Manisha

କଳିର ମଣିଷ

ଜ୍ଞାନର ଆକାଶେ ସୁରୁଜ ଉଏଁନା ଅଜ୍ଞାନ ଗଲାଣି ଖେଳି ମନୁଷ୍ୟ ଭିତରେ ଚେତନା ହଜିଲା ତୁଚ୍ଛ ପାଇଁ କରେ କଳି ଦୟା, କ୍ଷମା ତା’ ମନରୁ ଧୋଇଲା ସ୍ୱାର୍ଥ ପାଇଁ ଦିଏ ବଳି ନବା ପାଇଁ ସେ ତ ସବୁଠି ତତ୍ପର ଦେହରୁ ଦିଏନା ମଳି ମାନବ ଆଜି ଦାନବ ସାଜିଲା ଇଏ ପରା ଯୁଗ କଳି । – ଋତୁପର୍ଣ୍ଣା ସାହୁ

ଅଧିକ ପଢ଼ନ୍ତୁ