You are currently viewing କଳିର ମଣିଷ
କଳିର ମଣିଷ

କଳିର ମଣିଷ

ଜ୍ଞାନର ଆକାଶେ ସୁରୁଜ ଉଏଁନା
ଅଜ୍ଞାନ ଗଲାଣି ଖେଳି
ମନୁଷ୍ୟ ଭିତରେ ଚେତନା ହଜିଲା
ତୁଚ୍ଛ ପାଇଁ କରେ କଳି
ଦୟା, କ୍ଷମା ତା’ ମନରୁ ଧୋଇଲା
ସ୍ୱାର୍ଥ ପାଇଁ ଦିଏ ବଳି
ନବା ପାଇଁ ସେ ତ ସବୁଠି ତତ୍ପର
ଦେହରୁ ଦିଏନା ମଳି
ମାନବ ଆଜି ଦାନବ ସାଜିଲା
ଇଏ ପରା ଯୁଗ କଳି ।

– ଋତୁପର୍ଣ୍ଣା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଋତୁପର୍ଣ୍ଣା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।