You are currently viewing କବି ଓ କବିତା
କବି ଓ କବିତା

କବି ଓ କବିତା

ପ୍ରକୃତି ଓ ପୁରୁଷର ବର୍ଣ୍ଣନ
ନଦୀ ସଙ୍ଗେ ସାଗରର ମିଳନ
କାଳିଦାସ ଶକୁନ୍ତଳା କାହାଣୀ
କାବ୍ୟିକ ରସ ଝରେ ଦିବାରାତି !

ଅବିରତ କବିତାର ଉପମା
ଅବିଶ୍ରାନ୍ତ କଳ୍ପନାର ମହିମା
ଅପବାଦ କୁଳବାଡ଼ ଡେଇଁ
ସ୍ୱପ୍ନନଦୀ ଅସମୟେ ହେଲା ଗର୍ଭବତୀ !

ଗୋପନ ବସନ୍ତର ବିଳାସ
ସୌଦାମିନୀ ସ୍ୱପ୍ନର ଆବେଶ
ସୌନ୍ଦର୍ଯ୍ୟର ପରାଣ କୁଞ୍ଜରେ
ପଲ୍ଲବିତ କଳ୍ପତରୁ ଲାଜେ ପୁଷ୍ପବତୀ !

ଅଯାଚିତ ପ୍ରେମର ପ୍ରଭୁତ୍ୱ
ଚାରୁ ପିୟମ୍ବଦାର ଦାସତ୍ୱ
ସଂଭାବ୍ୟ ପୁରୁଷ ବିଳାସର
ସମ୍ଭୋଗ ଲେଖନୀ ଆଜି ରସବତୀ !

– ହୃଷିକେଶ ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହୃଷୀକେଶ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।