୪୬ଶ ସଂସ୍କରଣ
୨୦୨୩ ମସିହାର ଜାନୁଆରୀ ମାସରେ ଶୁଭପଲ୍ଲବର ୪୬ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୬ ଗୋଟି ଆଲେଖ୍ୟ ଥିଲା ।
୨୦୨୩ ମସିହାର ଜାନୁଆରୀ ମାସରେ ଶୁଭପଲ୍ଲବର ୪୬ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୬ ଗୋଟି ଆଲେଖ୍ୟ ଥିଲା ।
ମୁଁ ଚାହୁଁନଥିଲି ତୁମେ ଆସ ବୋଲି, କାରଣ ତାଙ୍କ ପ୍ରତି ବଢ଼ିଯାଇଛି ଅସୀମ ଶ୍ରଦ୍ଧା ॥ ମରୁଭୂମିରେ ମରିଚିକା ପରି ତୁମେ, କିଏ ବା ଭରସା କରିବ ତୁମେ ଦେଖାଉଥିବା ସ୍ୱପ୍ନ ଉପରେ ॥ ୧୦୦୦ ଦିନର ବିଭୀଷିକା ପରେ, ସେ ଦେଇଥିଲେ ମୁକ୍ତିର ସ୍ୱାଦ, ଜୀବନର ଉଚ୍ଚ ନୀଚ, ସମସ୍ତେ କରିଥିଲେ ଅନୁଭବ ॥ ଭୋକିଲା ପେଟରେ ଟଙ୍କିକିଆ ଚାଉଳର ଚାଦର ଢାଙ୍କି, ନିଜ ଆପଣାର ମାନଙ୍କର ଶବ ଦେଖି ଦେଖି, ପିଞ୍ଜରାବଦ୍ଧ ଚଢ଼େଇ ପରି…
ଆଷାଢ଼ ଶୁକ୍ଳ ଦ୍ଵିତୀୟା । ପୁଣି ଆସିଛି ସେହି ବହୁ ପ୍ରତୀକ୍ଷିତ ତିଥି । ସବୁରି ସ୍ୱରରେ କେବଳ ହର୍ଷର ଗୋଟିଏ ଘୋଷ – ଆସ… ଆସ… ଜଗଦୀଶ । ଘୋଷଯାତ୍ରାକୁ ଓହ୍ଲାଇ ଆସ । ଢଳି ଢଳି, ଝୁଲି ଝୁଲି, ଟାହିଆ ନଚେଇ ଓହ୍ଲାଇ ଆସ ବଡ଼ଦାଣ୍ଡ ଧୂଳିକୁ, ଶରଧାବାଲିକୁ… ଦୀର୍ଘ ଦୁଇବର୍ଷ ଧରି ବଡ଼ଦାଣ୍ଡରେ ତୁମ ଆସିବା ବାଟକୁ ଚାତକ ଭଳି ଅନେଇ ବସିଥିବା ଲକ୍ଷ ଲକ୍ଷ ଅପେକ୍ଷମାଣ ଏଇ ଜନସମୁଦ୍ରକୁ । ଉପନିଷଦରେ ଲେଖାଅଛି, “ଅପାଣିପାଦୋ ଜବନୋ ଗ୍ରହୀତା, ପଶ୍ୟତ୍ୟଚକ୍ଷୁଃ…
କେବେ କେଜାଣି ଏ ଅଣନିଃଶ୍ୱାସୀ ରାତି ପାହିବ, ଆକାଶ ସିନ୍ଦୂର ପିନ୍ଧିବ, ପାଦରେ ଚପଳା ପାଉଁଜି, ଘଡ଼ଘଡ଼ ହୋଇ ବାଜିବ ॥ ବିନା ବାଦଲରେ ଆଖି ବରଷୁଛି, କେବେ ତୋ’ ମନ ମାଟି ଭିଜିବ, ମୃତ ପ୍ରାୟ ସେଠି ପ୍ରେମର ଅଙ୍କୁର, କେତେ ଦିନ ଅବା ଜିଇଁବ ॥ ବିରହୀ ଝୁମୁକା କାନକୁ ଝୁରଇ, ଶଙ୍ଖା ଝୁରେ ମଣିବନ୍ଧକୁ, ନିଃସ୍ୱତାର ଶୀତ ଜାବୁଡ଼ି ଧରଇ, ପ୍ରତୀକ୍ଷା ମଳୟର ଉଷ୍ମତାକୁ ॥ ଗାଁ ଚଲାବାଟ ଅନେଇ ବସିଛି, କେବେ…
ଜ୍ୟୋତ୍ସ୍ନା ବି ଭାବୁଥିବ ଜହ୍ନ କଥା, ଆଉ ରାତି ବି ମାଗୁଥିବ ହିସାବ ତାରାଙ୍କ ଉପସ୍ଥିତିର । ଅନ୍ଧାର ଖୋଜୁଥିବ କୋଣ ଲୁଚିବାକୁ, ଆଉ ମୁଁ ଗଣୁଥିବି ମଲା ସ୍ୱପ୍ନ ମାନଙ୍କର ଶବକୁ । ତୁମେ ତ ନୀଳ ଆକାଶ, କେବେ ଗଣିଛ କି ଉଡ଼ୁଥିବା ପକ୍ଷୀର ଡେଣା । ଫୁଲ କ’ଣ ଶୁଙ୍ଘି ଆତୁର ହୁଏ ନିଜ ଦେହ ବାସ୍ନା? ସେ ତ କୃଷ୍ଣମୃଗ, ଖୋଜୁଥିବ ନିଜ ଦେହେ କସ୍ତୁରୀର ଗନ୍ଧ, ମହକାଇ ଚଉଦିଗ ନିଜ ଈଶ୍ୱରୀୟ ମାନବିକତାର ସୁଗନ୍ଧ ।…