Odia Bhajan He Prabhu Kala Thakura (ହେ ପ୍ରଭୁ କଳା ଠାକୁର) by Sudhanshu Shekhar Patra

ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର ବ୍ରହ୍ମାଣ୍ଡ ଗୋସାଇଁ ତମ ଆଖିରେ ଅଲୋଡ଼ା ହେଲି କାହିଁ ପାଇଁ? ଆଜନମ ଦୁଖୀ ହୋଇ ଲୁହରେ ଭାସୁଛି ମରଣ ହେଉନି କିଆଁ ସେ କଥା ଭାବୁଛି । ନିନ୍ଦା-ଗାଳି-ବାଦ-ଅପବାଦ ପୁଞ୍ଜି କରି ଏତେବଡ଼ ଦୁନିଆରେ ଚାଲିବି କିପରି? ଯୁଆଡ଼େ ଦେଖୁଛି ମୁହିଁ ସେଆଡ଼େ ଅନ୍ଧାର କିଏ ତ ପାଖରେ ନାହିଁ ହେବାକୁ ନିଜର । ମନ ଅଶାନ୍ତ ପସରା ହୃଦୟ ଜଳଇ ଉଦ୍ଧାରି ଧର ସାଆନ୍ତେ ଶରଣ ପଶଇ । –…

ଅଧିକ ପଢ଼ନ୍ତୁ
Odia Story Kalajai (କଳାଜାଇ) Swarup Kumar Nayak

କଳାଜାଇ

“ତମେ ଏଇ ପେପର୍‌ଟା ଧରି କ’ଣ ବସିଗଲ ଯେ ! କାଲି ପରା ରାତିରେ କଥା ହେଇଥିଲା ମୋର ଆଜି ରୋଷେଇ ବନ୍ଦ, ତମେ ରବିବାର ସ୍ପେଶାଲ୍ ବନେଇବ !! ବଜାର ନଯାଇ ସକାଳୁ ପେପର୍ । କି ପୁର ପଶିଛି କେଜାଣି ସେଇ ପେପର୍‌ରେ ।” ପେପର୍ ଟାଣିନେଇ ଜୟ ସାମ୍ନାରେ ଅଣ୍ଟାରେ ହାତ ଦେଇ ଠିଆ ହେଇପଡ଼ିଲା ଆଶା । “ଏମିତି ଶକ୍ତିମାନ ଭଳିଆ କ’ଣ ଠିଆ ହେଇ ପଡ଼ିଲ ଯେ? ଦିଅ ପେପର୍,…

ଅଧିକ ପଢ଼ନ୍ତୁ
Odia Poem Prema Panta Tale (ପ୍ରେମ ପଣତ ତଳେ) by Ashutosh Meher

ପ୍ରେମ ପଣତ ତଳେ

କହିବି କହିବି ଓଠେ ରହିଗଲା ହୃଦୟ ତଳର ଆଶା, ଶୁଣିବି ଶୁଣିବି କାନେ ଅଟକିଲା ପ୍ରେମ ସୁମଧୁର ଭାଷା । ଚାହିଁ ଚାହିଁ ଚାହିଁ ଆଖିରେ ମରିଲା ଲହୁ ହୁଏ ଲୁହ ଧାର, ଏକାକୀ ଏକାକୀ ଚାତକ ପରାଣେ ଠିଆ ସମୟର ଭାର । ଏମିତି ଏମିତି ସରିଯାଉ ଦିନ ଆଶାର ସମାଧି କୋଳେ, ବାସନା ବାସନା ପ୍ରେମ ମହକରେ ତୁମରି ପଣତ ତଳେ । – ଆଶୁତୋଷ ମେହେର

ଅଧିକ ପଢ଼ନ୍ତୁ
Odia Poem Nirbasita (ନିର୍ବାସିତା) by Sonali Sucharita

ନିର୍ବାସିତା

ମା ! ତୁମ ଜରାୟୁର ଅନ୍ଧାରି ମୂଲକ; ଉଦ୍ଭାସିତ ହୋଇଛି ଆଜି ଏକ ନୂତନ ସୃଷ୍ଟିର ଝଲକ । କୈଶିକ ଝିଲ୍ଲୀର ଆସ୍ତରଣ ଗର୍ଭ-ନାଡ଼ର ସଂଯୋଗରେ ନିଶ୍ଚିତ ହୋଇ ଏଇତ ଆରମ୍ଭ ମାତ୍ର ମୋ ସନ୍ତରଣ । ତୁମରି ରକ୍ତ-ମାଂସରେ ଗଢ଼ା ଆରମ୍ଭ ହେଲା ମୋର ଗୋଟିଏ ପରେ ଗୋଟିଏ ଜୀବକୋଷ… ମୁଦ୍ରିତ ମୋ ଆଖିର ପତଳା ପରଦାରେ ନେଇ ଆଖିଏ ସ୍ୱପ୍ନ, ମୋ ଜୀବନ ଯେ କେବଳ ତୁମ ସ୍ନେହର ବଶ । ଆଜି ଦ୍ଵିତୀୟ…

ଅଧିକ ପଢ଼ନ୍ତୁ
Odia Story Pana (ପଣା) by Satyabrata Parida

ପଣା

ଗୈାରୀଶଙ୍କର ଭଞ୍ଜ ଅବସରପ୍ରାପ୍ତ ସେନା ଅଧିକାରୀ । ଘର ଜଗତସିଂହପୁର ଜିଲ୍ଲାର ରଘୁନାଥପୁର । ପରିବାର କହିଲେ ଦୁଇ ପୁଅ, ଦୁଇ ଜଣ ଯାକ ବିବାହ କରିସାରିଛନ୍ତି । ବଡ଼ ପୁଅ ତ୍ରିଲୋଚନ, ବୋହୂ ମାନସୀ ଆଉ ନାତି ଆନନ୍ଦ ଭୁବନେଶ୍ୱରରେ ରୁହନ୍ତି । ସାନ ପୁଅ ରଜତ, ବୋହୂ ଶୁଭଶ୍ରୀ ଆଉ ନାତୁଣୀ ପ୍ରୀତି କଲିକତାରେ ରୁହନ୍ତି । ପତ୍ନୀ ବସୁନ୍ଧରା ଆରପାରିକୁ ଯିବା ସାତ ବର୍ଷ ହେଲାଣି । ପତ୍ନୀଙ୍କ ଅନ୍ତେଷ୍ଟିକ୍ରିୟା ସରୁ ସରୁ…

ଅଧିକ ପଢ଼ନ୍ତୁ