You are currently viewing ବନ୍ଧୁ
Odia Poem Bandhu (ବନ୍ଧୁ) by Chinmay Kumar Sahoo

ବନ୍ଧୁ

ଜୀବନଟା ଗୋଟେ ରଙ୍ଗ ମଞ୍ଚ ଏଠି ଆମେ ସବୁ କଳାକାର
ସର୍ବେ ନିଜ ନିଜ ଅଭିନୟ ସାରି ଚାଲି ଯିବା ବହୁଦୂର ।

ଜୀବନ ଯୁଦ୍ଧରେ ନ ହାରିବା ପାଇଁ ଲୋଡ଼ା ଏକ ଭଲ ବନ୍ଧୁ
ବନ୍ଧୁ ପୁଣି ସେହି ସାଥିରେ ଯାହାର ଲଙ୍ଘି ହେବ ସାତ ସିନ୍ଧୁ ।

ଏତିକି ଜାଣିଚି ତୁମେ ମୋର ବନ୍ଧୁ ମୁଁ ତୁମର ବନ୍ଧୁଟିଏ
କାହାର ବନ୍ଧୁତ୍ୱ କେତେ ଯେ ଗଭୀର ମାପି ତାକୁ ନ ହୁଏ

ବନ୍ଧୁତ୍ୱର ସଂଜ୍ଞା ଜାଣି ନାହିଁ ମୁହିଁ ପାରିବ ତ ଦବ କହି
ବନ୍ଧୁତ୍ୱର ଭାଷା ନୁହେଁ ହେ ସହଜ ଅଟେ ଏକ ମୋଟା ବହି ।

କହିଥିବି ଯଦି କିଛି କଟୁ କଥା ବାଧିଲା ଭଳି ମନକୁ
ପାରିବତ ବନ୍ଧୁ କ୍ଷମା କରିଦବ ଏ ଅଧମ ମୂର୍ଖଟାକୁ ।

ଆମ ସମ୍ପର୍କର ହେବ ନାହିଁ ଶେଷ ଅଟେ ମୋ ଦୃଢ଼ ବିଶ୍ୱାସ
ହୃଦୟରେ ମୋର ରହିଥିବ ତୁମେ ଚାଲୁଥିବା ଯାଏ ଶ୍ୱାସ ।

– ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।