You are currently viewing ବନ୍ଧନ ଏକ ବିଶ୍ୱାସର
Odia Poem Bandhana Eka Biswasa ra (ବନ୍ଧନ ଏକ ବିଶ୍ୱାସର) by Sudam Charan Swain

ବନ୍ଧନ ଏକ ବିଶ୍ୱାସର

ଭାଇ ଭଉଣୀର ମଧୁର ସମ୍ପର୍କ
ବାନ୍ଧି ଦିଏ ଏହି ରାକ୍ଷୀ
ସ୍ନେହର ଡୋରଟି ବାନ୍ଧେ ଭାଇ ହାତେ
ଭଉଣୀ ତା’ ନିରୀମାଖି ॥

ଧୂପ ଦୀପ ଜାଳି ଚନ୍ଦନ ଲଗାଇ
ଭଉଣୀ ବାନ୍ଧଇ ରାକ୍ଷୀ
ଯୁଗ ଯୁଗରୁ ଆମର ଏ ସଂସ୍କୃତି
ରାକ୍ଷୀ ତା’ର ଅଟେ ସାକ୍ଷୀ ॥

ଭାଇ ପାଇଁ ଭଉଣୀ ତା’ ସୁନାନାଖି
ତା’ର ଖୁସିର କାରଣ
ଭଉଣୀଟି ପାଇଁ ଭାଇ ତା’ର ଗର୍ବ
ତା’ର ଶକ୍ତି ତା’ର ଟାଣ ॥

– ସୁଦାମ ଚରଣ ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଦାମ ଚରଣ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।