You are currently viewing ମିଠା ଶିହରଣ
Odia Pome Mitha Siharana (ମିଠା ଶିହରଣ) bySroj Kumar Sahoo

ମିଠା ଶିହରଣ

ମେଘ ଝରିଆସେ ବଉଦ ଫାଙ୍କରୁ
ରିମିଝିମି ଗୀତ ଗାଇ
ତମେ ଭିଜୁଥାଅ ଭାବନା ଭିତରେ
ମିଠା ଶିହରଣ ପାଇ ।

ସତ ପରି ଲାଗେ ହୃଦୟର ଛବି
ତମେଅଛ ବୋଲି ପାଶେ,
ରାତିର ସପନ କରି ଝିଲିମିଲି
ପଲକରେ ମୁହଁ ଦିଶେ ।

ମନ ଉଡ଼ିଯାଏ ଶୀତଳ ପବନେ
ବାହୁ ବନ୍ଧନକୁ ଖୋଲି,
ଅସୁମାରୀ ଆଶା ମନତଳେ ରହି
କ୍ଷଣିକରେ ଯାଏ ଭୁଲି ।

– ସରୋଜ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।