You are currently viewing ମାନବିକତା
Odia Poem Manabikata (ମାନବିକତା) by Shubhalaxmi Nayak

ମାନବିକତା

ମଣିଷ ଭିତରେ ଥିବା ଏକ ଅନୁଭବ ମୁଁ
ଲୁପ୍ତପ୍ରାୟ ହେବାକୁ ବସିଛି ଆଜି
କେଉଁଠି କେତେବେଳେ କାଁ ଭାଁ
ନଜର ଆସି ଯାଉଛି ସିନା
କିନ୍ତୁ ସ୍ୱାର୍ଥ ସାଧନ ପାଇଁ ।

ସତରେ ମୋତେ ବିଶ୍ୱାସ କର,
ମୁଁ କେବେ ଏମିତି ଆଶା କରିନି
ସମୟ ସୁଅରେ ମୋର ସତ୍ତା ବିଲୀନ ପ୍ରାୟ
ଇଚ୍ଛା ତ ହୁଏ ପ୍ରଳାପ କରି ଉଠନ୍ତି କି !

କିନ୍ତୁ ହାୟ…
ମୋର ପ୍ରଳାପ ସ୍ୱାର୍ଥର ପାଚେରୀ ଆଢ଼ୁଆଳରେ ଲୁଚିଯାଏ
ମୋର ସ୍ୱର ଦବି ଯାଏ କି ଦାବି ଦିଆଯାଏ
ନା ନା.. ମୁଁ କାହାକୁ ଦାୟୀ କରି ପାରେନା
କାରଣ କ୍ଷଣିକ ମାତ୍ର ମୋର ଅବସ୍ଥିତି
ଆଉ ସେଇ କ୍ଷଣିକ ସମୟ ଉପରେ
ଭାରି ପଡ଼ିଯାଏ ଅମାନୁଷିକତାର ତୀବ୍ର ଲାଳସା ।

ହଁ, ମୋତେ କଷ୍ଟ ହୁଏ
କିନ୍ତୁ ସେ କଷ୍ଟର ମୂଲ୍ୟବୋଧ ହେବା ବେଳକୁ
ଜୀବନ ସରି ଯାଇଥାଏ ।

ପଙ୍ଗୁ ହୋଇଯାଇଥିବା ବର୍ତ୍ତମାନର
ମୋତେ ସାହାଯ୍ୟ କରିବାକୁ ଆଗ୍ରହ ଥିଲେ ବି
ସେ ଦେଖେ ତା’ର ପାରିବା ପଣିଆ
ହଁ, ଏମିତି ସବୁବେଳେ ସବୁଠି ବଳି ପଡ଼େ
ମୁଁ ମାନବିକତା…
ଅଚିହ୍ନା ରାଇଜର ପ୍ରହେଳିକା ଭିତରେ
ଅସ୍ତିତ୍ୱ ଖୋଜୁଥାଏ ନିଇତି
ମୁଁ ମାନବିକତା… ।

– ଶୁଭଲକ୍ଷ୍ମୀ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଲକ୍ଷ୍ମୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।