You are currently viewing କିଏ ତୁ, ସ୍ତ୍ରୀ?
Kie Tu Stree (କିଏ ତୁ, ସ୍ତ୍ରୀ?) Odia Poem by Dibyashree Biswabandya on International Women's Day

କିଏ ତୁ, ସ୍ତ୍ରୀ?

ଆବିର୍ଭାବ ପୂର୍ବରୁ ପ୍ରଶ୍ନ,
ଦୁନିଆରେ ନେବି ଜନ୍ମ
ଅଥବା ହଜିଯିବ ଚିହ୍ନ?

ଜନ୍ମ ନେଲି ହୋଇ ସ୍ତ୍ରୀ
ଖଞ୍ଜି ହୋଇ ସବୁ ଶ୍ରୀ ।

ପରିଚୟ ବଂଶ ଆଭିଜାତ୍ୟର,
ପରିଚୟ ଶିକ୍ଷା ସଂସ୍କାରର
ସ୍ତ୍ରୀ, କାହିଁ ତୋ’ର ପରିଚୟ?

କେବେ ବାବାର ଅଭିମାନ,
କେବେ ସ୍ଵାମୀର ସମ୍ମାନ
ସ୍ତ୍ରୀ, କାହିଁ ତୋ’ର ମାନ?

ବୋଲାଉ ଯାହାକୁ ଘର,
ରକ୍ତ ଶ୍ଵେଦ ଦେଇ କରୁ ସୁନ୍ଦର,
ହେଉ ବାପଘର ଅବା ଶାଶୁଘର
ସ୍ତ୍ରୀ, କାହିଁ ତୋ’ର ନିଜ ଘର?

ଦୁଇ କୁଳକୁ ତୁ ହିତା
ଅବା ଦୁଇ କୁଳକୁ ପିତା
ହେଇ ପାରିବୁ କି ସ୍ୱହିତା?

ମାନବୀ ନା ଅଶରୀରୀ,
ଅବା ତୁ ଆଦିନାରୀ !!
କିଏ ତୁ, ସ୍ତ୍ରୀ !!!

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।