You are currently viewing ଏ କେମିତିକା ନୂଆ ବର୍ଷ ଆସିଛି
Odia Poem E Kemitika Nuabarsa Asichhi (ଏ କେମିତିକା ନୂଆ ବର୍ଷ ଆସିଛି) by Tara Rani Nayak

ଏ କେମିତିକା ନୂଆ ବର୍ଷ ଆସିଛି

କ୍ୟାଲେଣ୍ଡର ବଦଳିବା ସାଥିରେ
ଆଉ କ’ଣ କିଛି ବଦଳିଛି?
ସବୁ ଯେମିତି ଥିଲା, ଆଜିବି ସେମିତି ଅଛି ।
ଆଜିବି କନ୍ୟା ଭ୍ରୁଣ ହତ୍ୟା ହେଉଛି
ନୂଆ ବୋହୂଟିଏ ଜଳୁଛି
ରାସ୍ତା କଡ଼ରେ, କଣ୍ଟା ବୁଦାରେ
ନିଷ୍ପାପ ଶିଶୁ ଗଡ଼ୁଛି
ଏ କେମିତିକା ନୂଆ ବର୍ଷ ଆସିଛି?
ଆଜିବି ବୃଦ୍ଧା ଆଶ୍ରମରେ
ବୁଢ଼ା ବାପାମା’ ଦିନ କଟୁଛି
ଯୋୖଥ ପରିବାର, ଆଇ ମା’ କାହାଣୀ
ଇତିହାସେ ଲେଖା ଚାଲିଛି ।
ଏ କେମିତିକା ନୂଆ ବର୍ଷ ଆସିଛି?
ଆଜିବି ଝିଅଟିଏ ଡରୁଛି
ରାସ୍ତାରେ ଚାଲିବା ଆଗରୁ, ଶହେଥର ସେ ଭାବୁଛି
ବିଚ୍ ରାସ୍ତାରେ ଲୋକ ଗହଳିରେ
କୁଆଁରିର ଚିତା ଜଳୁଛି
ଏ କେମିତିକା ନୂଆ ବର୍ଷ ଆସିଛି?
ଆଜିବି କଅଁଳ ହାତ ଦୁଇଟି
କୋଡ଼ି କୋଦାଳ ଧରୁଛି
ମା କୋଳ ଛାଡ଼ି ରାସ୍ତା କଡ଼ରେ
ଆଜିବି ତା’ ରାତି କଟୁଛି
ଏ କେମିତିକା ନୂଆ ବର୍ଷ ଆସିଛି?
ଆଜିବି ଦୁର୍ନିତି ହେଉଛି
ଦୀଲ୍ଲୀଠୁ ପଲ୍ଲୀ ଶୋଷିତ ହେଉଛି
ହିଂସା ପରମ ଧର୍ମ ସାଜିଛି
ପ୍ରତି ମୂହୁର୍ତ୍ତରେ ମାନବିକତାର
ମୃତ୍ୟୁ ‌‌‌ହେଉଛି
ଏ କେମିତିକା ନୂଆ ବର୍ଷ ଆସିଛି?

– ତାରାରାଣୀ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାରା ରାଣୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।