You are currently viewing କେତେଦିନ ଏମିତି
Odia Poem Ketedina Emiti (କେତେଦିନ ଏମିତି) by Ramesh Chandra Behera

କେତେଦିନ ଏମିତି

କେତେଦିନ ଏମିତି
ଆଦର୍ଶର ମୁଖା ପିନ୍ଧି
ଭିଆଣ ଅଭିନୟ କରି
ମିଠା ମିଠା କଥା କହି
ଅନ୍ୟ ଠୁଁ କାରତାଳି
ଶୁଣିବାକୁ ଭଲ ପାଉଥିବ?

କେତେଦିନ ଏମିତି
କାମ, କ୍ରୁଧଃ, ଲୋଭ
ମଦ, ମାଧୁର୍ଯ୍ୟରେ ଲିପ୍ତ ରହୁଥିବା ଲୋକ
ଆଦର୍ଶର ମଣିଷର ଅଭିନୟ କରି
ମିଛ ସମ୍ପର୍କ କରି ଚାଲିବ
ପୁଣି ଦୂରେଇ ଯାଉଥିବ?

କେତେଦିନ ଏମିତି
ନାଟକ କରି ଚାଲିବ
ଲୋଭ, ସ୍ୱାର୍ଥପରତାରେ
ନିଜ ଆଭିଜାତ୍ୟକୁ ଭୁଲି ଯାଇ
ସମସ୍ୟାରେ ସମସ୍ୟାକୁ ସୃଷ୍ଟି କରି
ନିଜ ସ୍ୱାର୍ଥ ନେଉଥିବ
ବାଃ ବାଃ ଶୁଣିବାକୁ
ଭଲ ପାଉଥିବ?

କେତେଦିନ ଏମିତି
ମୁଖା ପିନ୍ଧା ଭଲ ମଣିଷର
ଅଭିନୟ କରିବ
ଯାଦୁକାରୀ କଥାରେ
ଅନ୍ୟକୁ କାବୁ କରିବ
ଜଣା ନାହିଁକି
ଅଭିନୟର ଶେଷରେ
ନିନ୍ଦା ଅପବାଦର
ପାହାଡ଼ ସୃଷ୍ଟି ହୁଏ ଯେତେବେଳେ
ଅତି ଆପଣାର ବି
ଦୂରେଇ ଯିବେ ।

– ରମେଶ ଚନ୍ଦ୍ର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।